ପରଲୋକରେ ମହାଭାରତର ଶକୁନି ମାମା ‘ଗୁଫି ଗୁଫି ପେଣ୍ଟଲ’

ମୁମ୍ବାଇ : ଲୋକପ୍ରିୟ ପୌରାଣିକ ଟେଲିସିରିଏଲ “ମହାଭାରତ”ରେ’ଶକୁନି ମାମା’ଭୂମିକାରେ ଅଭିନୟ କରିଥିବା ଅଭିନେତା ଗୁଫି ପେଣ୍ଟାଲଙ୍କ ପରଲୋକ I ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା I ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ I ତେବେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳ ୯ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ତାଙ୍କ ପୁତୁରା ହିତେନ ପେଣ୍ଟାଲ କହିଛନ୍ତି । ସୂଚନାନୁସାରେ,ଅଭିନେତା ଗୁଫି […]

Samaya Live Picture
Published On

ମୁମ୍ବାଇ : ଲୋକପ୍ରିୟ ପୌରାଣିକ ଟେଲିସିରିଏଲ “ମହାଭାରତ”ରେ’ଶକୁନି ମାମା’ଭୂମିକାରେ ଅଭିନୟ କରିଥିବା ଅଭିନେତା ଗୁଫି ପେଣ୍ଟାଲଙ୍କ ପରଲୋକ I ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା I ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ I ତେବେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳ ୯ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ତାଙ୍କ ପୁତୁରା ହିତେନ ପେଣ୍ଟାଲ କହିଛନ୍ତି ।

ସୂଚନାନୁସାରେ,ଅଭିନେତା ଗୁଫି ପେଣ୍ଟଲଙ୍କର ରକ୍ତଚାପ ଏବଂ ହୃଦ୍‌ଘାତ ଜନିତ ସମସ୍ୟା ଥିଲା। ସେ ଅସୁସ୍ଥ ଥିଲେ ଏବଂ ଘରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ପରିସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ୮ ଦିନ ହେବ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳ ୯ ଟାରେ ତାଙ୍କର ଦେହାନ୍ତ ହୋଇଥିଲା I

ଗୁଫି ପେଣ୍ଟଲ ୧୯୮୦ ମସିହାରେ ଅଭିନୟ ଜଗତକୁ ପ୍ରବେଶ କରିଥିଲେ I ସେ ମହାଭାରତ ବ୍ୟତୀତ ଆକବର ବୀରବଲ, ସିଆଇଡି ଓ ରାଧାକୃଷ୍ଣ ଭଳି ସିରିୟଲରେ ଅଭିନୟ କରିଛନ୍ତି । ସେହିପରି ହିନ୍ଦୀ ଚଳଚିତ୍ର ଦାବା, ସୁହାଗ, ଦେଶପରଦେଶ ଓ ଧୁମରେ ମଧ୍ୟ ନଜର ଆସିଛନ୍ତି । ଅଭିନୟ କରିବା ସହ ସେ କାଷ୍ଟିଂ ଡାଇରେକ୍ଟର ଭାବେ ମଧ୍ୟ କାମ କରିସାରିଛନ୍ତି ।

Tags: