ଭିନ୍ନ ଭୂମିକାରେ ମାଧୁରୀ
ନିକଟରେ ରିଲିଜ ହୋଇଥିବା ସିରିଜ ମିସେସ ଦେଶପାଣ୍ଡେରେ ମାଧୁରୀ ଦିକ୍ଷିତଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି । ସିରିଜଟିକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଜାରି ରହିଛି । ସିରିଜର କାହାଣୀ ମନୋବୈଜ୍ଞାନିକ ଥ୍ରିଲର ଉପରେ ଆଧାରିତ । କାହାଣୀରେ କ୍ରାଇମ, ଥ୍ରିଲର, ସସ୍ପେନ୍ସ ଭରପୂରମାତ୍ରାରେ ଦେଖିବାକୁ ମିଳୁଛି । କାହାଣୀଟି ସମ୍ପୂର୍ଣ୍ଣଭାବେ ମିସେସ ଦେଶପାଣ୍ଡେଙ୍କୁ କେନ୍ଦ୍ରିତ କରି ନିର୍ମାଣ କରାଯାଇଛି । ମାଧୁରୀଙ୍କୁ ପ୍ରଥମରୁ ହିଁ ଜେଲରେ ଦେଖିବାକୁ ମିଳୁଛି । ଅନେକ ହତ୍ୟାକାଣ୍ଡରେ ଦୋଷୀ ହୋଇ ସେ ଜେଲରେ ରହିଛନ୍ତି, ଯାହାକୁ ନେଇ କାହାଣୀ ଆଗକୁ ବଢିଛି । ତେବେ ଚୁଲବୁଲି ମାଧୁରୀଙ୍କର ଏଭଳି ଏକ ଭିନ୍ନ ଅବତାର ଫ୍ୟାନଙ୍କୁ ଖୁବ ଉତ୍ସାହିତ କରିଛି । ନିଜ ପ୍ରିୟ ନାୟିକାଙ୍କୁ ଏକ ଭିନ୍ନ ରୋଲରେ ଦେଖି ମାଧୁରୀଙ୍କର ପ୍ରଂଶସା କରୁଥିବା ସୋସିଆଲ ମିଡିଆରେ ନଜର ଆସୁଛି । ତେବେ କାହାଣୀକୁ ନେଇ ମିଶ୍ର ପ୍ରତକ୍ରିୟା ଦେଖିବାକୁ ମିଳୁଛି । କିଛି ଲୋକ ଏହାକୁ ପସନ୍ଦ କରୁଥିବାବେଳେ କିଛି ଲୋକ କାହାଣୀ ଆଉଟିକେ ଭଲ ହୋଇ ପାରିଥାଆନ୍ତା ବୋଲି ମତ ଦେଉଛନ୍ତି ।




