ଲକି ଚାମ ଦୀପିକା

ଲକି ଚାମ ଦୀପିକା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ନାରୀଙ୍କ ସମ୍ମାନ ସବୁଠାରୁ ଆଗରେ

ନିର୍ଦ୍ଦେଶକ ଅଟଲିଙ୍କ ଆଗାମୀ ବହୁପ୍ରତିକ୍ଷିତ ତେଲୁଗୁ ପ୍ୟାନ୍-ଇଣ୍ଡିଆ ଚଳଚ୍ଚିତ୍ର 'AA22xA6'ରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସହ ଦୀପିକା ପାଦୁକୋଣ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି, ଯାହାକୁ ନେଇ ବର୍ତ୍ତମାନ ସିନେପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି। 'ଜୱାନ' ଚଳଚ୍ଚିତ୍ରର ବିରାଟ ସଫଳତା ପରେ ଅଟଲି ଦୀପିକାଙ୍କୁ ନିଜର "ଲକି ଚାର୍ମ" ବୋଲି ବର୍ଣ୍ଣନା କରିବା ସହ ମାତୃତ୍ୱ ଲାଭ ପରେ ଏହି ଫିଲ୍ମ ମାଧ୍ୟମରେ ସେ ଏକ ସମ୍ପୂର୍ଣ୍ଣ ଭିନ୍ନ, ଆଶ୍ଚର୍ଯ୍ୟଜନକ ଓ ଶକ୍ତିଶାଳୀ ଆକ୍ସନ୍ ଅବତାରରେ ପରଦାକୁ ଫେରିବେ ବୋଲି ସୂଚନା ଦେଇଛନ୍ତି। ସନ୍ ପିକ୍ଚର୍ସ ଦ୍ୱାରା ନିର୍ମିତ ଏହି ମ୍ୟାଗ୍ନମ ଓପସ୍ ଚଳଚ୍ଚିତ୍ରଟି ଅଟଲିଙ୍କ କ୍ୟାରିୟରର ସବୁଠାରୁ ବଡ଼ ପ୍ରୋଜେକ୍ଟ ହୋଇଥିବାବେଳେ, ଅଲ୍ଲୁ ଅର୍ଜୁନ ଓ ଦୀପିକାଙ୍କ ପ୍ରଥମ ଅନ-ସ୍କ୍ରିନ୍ ଯୋଡ଼ି ଦର୍ଶକଙ୍କୁ ଏକ ନୂଆ ରୋମାଞ୍ଚକର ଅନୁଭୂତି ପ୍ରଦାନ କରିବ। ଅଟଲି ଏହି ପ୍ରୋଜେକ୍ଟ ପାଇଁ ଦିନରାତି ଏକ କରି ପରିଶ୍ରମ କରୁଥିବା କଥା କହିଛନ୍ତି ଏବଂ ଦାବି କରିଛନ୍ତି ଯେ ଏହା ଏକ ଏମିତି ଚଳଚ୍ଚିତ୍ର ହେବ ଯାହାକୁ ସମସ୍ତେ ବହୁତ ପସନ୍ଦ କରିବେ। କାଲ୍କି ୨୮୯୮ ଏଡି ପରେ ଦୀପିକାଙ୍କର ଏହା ଦ୍ୱିତୀୟ ପ୍ୟାନ୍-ଇଣ୍ଡିଆ ତେଲୁଗୁ ଫିଲ୍ମ ହୋଇଥିବା ବେଳେ ଏହା ତାଙ୍କ କ୍ୟାରିୟରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର ସଫଳତା ପଛରେ ରହିଛି ଅନେକ ସଂଘର୍ଷ

Tags: