ପ୍ରେମର ଅର୍ଥ ସ୍ବାଧୀନତା
ବଲିଉଡ୍ ଅଭିନେତ୍ରୀ ଶାହାନା ଗୋସ୍ୱାମୀ ନିକଟରେ ଏକ ସାକ୍ଷାତକାରରେ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ସେ ବର୍ତ୍ତମାନ ଏକ ‘ଓପନ୍ ରିଲେସନସିପ୍’ରେ ରହିଛନ୍ତି। ଫିଲ୍ମ ‘ଜ୍ୱିଗାଟୋ’ରେ କପିଲ ଶର୍ମାଙ୍କ ପତ୍ନୀ ‘ପ୍ରତିମା’ ଏବଂ ୨୦୨୪ର ଚଳଚ୍ଚିତ୍ର ‘ସନ୍ତୋଷ’ରେ ‘ସନ୍ତୋଷ ସୈନୀ’ ଭୂମିକାରେ ଅଭିନୟ କରିଥିବା ଶାହାନାଙ୍କ କହିବାନୁଯାୟୀ, ତାଙ୍କ ଜୀବନରେ ଏଭଳି ଅନେକ ଲୋକ ଅଛନ୍ତି ଯାହାଙ୍କ ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କ ରହିଛି । ହେଲେ ଏହି ସମ୍ପର୍କଗୁଡ଼ିକ କୌଣସି କ୍ୟାଜୁଆଲ୍ ବା ଟାଇମପାସ୍ ନୁହେଁ। ତାଙ୍କ ପାଇଁ ଓପନ୍ ରିଲେସନସିପ୍ର ଅର୍ଥ ହେଉଛି କୌଣସି ଏକ ନିର୍ଦ୍ଦିଷ୍ଟ ବନ୍ଧନରେ ନବାନ୍ଧି ହୋଇ ସମସ୍ତଙ୍କ ସହ ଭଲପାଇବା, ସନ୍ତୋଷଜନକ ଆପଣାପଣ ଓ ଗଭୀର ବନ୍ଧୁତା ବଜାୟ ରଖିବା। ଏଭଳି ସମ୍ପର୍କରେ ହଠାତ୍ କଥାବାର୍ତ୍ତା ବନ୍ଦ କରିଦେବା ବା ‘ଘୋଷ୍ଟିଂ’କୁ ସେ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ସେ କାହାକୁ ଇଗ୍ନୋର କରନ୍ତି ନାହିଁ । ଖୁବ୍ କମ୍ ବୟସରୁ ପ୍ରେମର ପ୍ରକୃତ ମୂଲ୍ୟ ବୁଝିଥିବା ଶାହାନା ବିଶ୍ୱାସ କରନ୍ତି ଯେ, ପ୍ରେମ ସର୍ବଦା ମୁକ୍ତ ହେବା ଉଚିତ ଏବଂ ଏହା କାହାକୁ ବାନ୍ଧି ରଖିବା ବା ସୀମିତ କରିବା ଉଚିତ ନୁହେଁ । ସେହିଭଳି ତାଙ୍କର ଏକାଧିକ ପାର୍ଟନରମାନେ ମଧ୍ୟ ପରସ୍ପରକୁ ଭେଟି ସାରିଛନ୍ତିବୋଲି ସେ ମତ ଦେଇଛନ୍ତି ।



