ଭଲପାଇବା ଦେଇଛି ସଫଳତା
ନିକଟରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନିଜ ଜନ୍ମଦିନ ପାଳନ କରିଛନ୍ତି । ସବୁବେଳେ ନିଜର ଅଭିନୟ ଓ ନୃତ୍ୟ ପାଇଁ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । କ୍ୟାରିୟରର ପ୍ରାରମ୍ଭିକ ସମୟରେ ପ୍ରଖ୍ୟାତ ନିର୍ଦ୍ଦେଶକ ସୁଭାଷ ଘାଇ ତାଙ୍କୁ ‘କର୍ମା’ ଚଳଚ୍ଚିତ୍ରରେ ଏକ ଛୋଟ ଚରିତ୍ର ଦେଇଥିଲେ । ହେଲେ ପରେ ମାଧୁରୀଙ୍କୁ ପ୍ରତ୍ୟାକ୍ଷାନ ସହିବାକୁ ପଡିଥିଲା । ହେଲେ ଏହାପରେ ତାଙ୍କୁ ‘ଖଲନାୟକ’ ଭଳି ବଡ଼ ସିନେମାରେ ମୁଖ୍ୟ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା । ତେବେ ଏହି ଫିଲ୍ମରେ ସୁଟିଂ ଯେପରି ପ୍ରଭାବିତ ନହେବ ସେଥିପାଇଁ ମାଧୁରୀଙ୍କ ସହ ଏକ ‘ନୋ ପ୍ରେଗନାନ୍ସି’ ଚୁକ୍ତିନାମା ସ୍ବାକ୍ଷର କରିବାକୁ ପଡିଥିଲା । ସେହିପରି ସର୍ବକାଳୀନ ସୁପରହିଟ୍ ଫିଲ୍ମ ‘ହମ୍ ଆପ୍କେ ହୈ କୌନ୍’ ପାଇଁ ମାଧୁରୀଙ୍କୁ ସଲମାନ ଖାନଙ୍କଠାରୁ ମଧ୍ୟ ଅଧିକ ପାରିଶ୍ରମିକ ମିଳିଥିଲା । ତେବେ ମାଧୁରୀ ପିଲାଦିନରୁ ହିଁ ଜଣେ ଷ୍ଟାର୍ ହେବାର ସ୍ୱପ୍ନ ଦେଖୁଥିଲେ ଏବଂ ନିଜର ଲୁକ୍, ହସ ଓ ନୃତ୍ୟ ପ୍ରତି ସେ ବହୁତ ସଚେତନ ଥିଲେ । କାମ ପ୍ରତି ଅତ୍ୟନ୍ତ ନିଷ୍ଠାବାନ ଥିବା ମାଧୁରୀ ନିଜ ଲୁକ୍ ଓ ମେକଅପ୍ ପାଇଁ ଘଣ୍ଟା ଘଣ୍ଟା ସମୟ ନେଉଥିଲେ ଏବଂ ପ୍ରତିଟି ସଟ୍ରେ ପରଫେକ୍ସନ୍ ଚାହୁଁଥିବାରୁ ଅନେକ ଥର ରିଟେକ୍ ମଧ୍ୟ ନେଉଥିଲେ । ଅଭିନୟ ପ୍ରତି ଥିବା ଭଲପାଇବା ତାଙ୍କୁ ଆଜି ଏହି ସଫଳତା ଦେବାରେ ବଡ ଭୂମିକା ନିଭାଇଛି ।



