ପସନ୍ଦ ଆସିବ ରି କ୍ରିଏସନ
‘ଭୂତ ବାଙ୍ଗଲା’ର ସଫଳତା ପରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଏବେ ତାଙ୍କର ଆଗାମୀ ବଡ଼ ଚଳଚ୍ଚିତ୍ର ‘ୱେଲକମ୍ ଟୁ ଦି ଜଙ୍ଗଲ୍’ର ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଛନ୍ତି । ତେବେ ଏହାରି ଭିତରେ ସେ ଏହାର ତୃତୀୟ ଗୀତ ରିଲିଜ୍ କରିଛନ୍ତି । ବାସ୍ତବରେ ଏହି ନୂଆ ଗୀତଟି ୨୦୦୭ର ସୁପରହିଟ୍ ଫିଲ୍ମ ‘ୱେଲକମ୍’ରେ ଅକ୍ଷୟ ଓ କ୍ୟାଟ୍ରିନାଙ୍କ ଅଭିନୀତ ଲୋକପ୍ରିୟ ଗୀତ ‘ଏକ୍ ଉଚ୍ଚା ଲମ୍ବା କଦ୍’ର ଏକ ରିକ୍ରିଏଟେଡ୍ ଭର୍ସନ ଅଟେ । ଯେଉଁଥିରେ ଏବେ ଅକ୍ଷୟଙ୍କ ସହ ଅଭିନେତ୍ରୀ ଦିଶା ପାଟାନୀଙ୍କର ଜବରଦସ୍ତ ଡାନ୍ସ ଓ ସିଜଲିଂ କେମିଷ୍ଟ୍ରି ଦେଖିବାକୁ ମିଳିଛି । ଅକ୍ଷୟ କୁମାର ନିଜ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ନିଜର ହିଁ ଏକ ପୁରୁଣା ଗୀତକୁ ରିକ୍ରିଏଟ୍ କରିଛନ୍ତି । ଏହାପୂର୍ବରୁ ସେ ‘ମୋହରା’ ଫିଲ୍ମର ‘ଟିପ୍ ଟିପ୍ ବର୍ଷା ପାଣି’ ଗୀତକୁ ୨୦୨୧ର ‘ସୂର୍ଯ୍ୟବଂଶୀ’ ଫିଲ୍ମରେ କ୍ୟାଟ୍ରିନାଙ୍କ ସହ ରି କ୍ରିଏଟ କରିଥିଲେ । ଦର୍ଶକଙ୍କୁ ଏହି ରି କ୍ରିଏସନ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି ।
Tags:



