ଲକ୍ଷ୍ମଣ ଭୂମିକା ପାଇଁ ପ୍ରସ୍ତୁତ

ଲକ୍ଷ୍ମଣ ଭୂମିକା ପାଇଁ ପ୍ରସ୍ତୁତ
Ipsita Picture
By: Ipsita
Published On

 

ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଥିବା ଭାରତୀୟ ସିନେମା ଜଗତର ସବୁଠାରୁ ବଡ଼ ମେଗା ପ୍ରୋଜେକ୍ଟ 'ରାମାୟଣ'କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି ।  ଏହି ପୌରାଣିକ ଚଳଚ୍ଚିତ୍ରରେ ଭଗବାନ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତା ରବି ପୁରାପୁରି ପ୍ରସ୍ତୁତ ଥିବାନେଇ ଆଲୋଚନା ହେଉଛି । ତେବେ ଏହି ପ୍ରସ୍ତୁତି ପାଇଁ ରବି ବର୍ତ୍ତମାନ ଏକ ଏଭଳି ପଦକ୍ଷେପ ନେଇଛନ୍ତି ଯାହାକୁ ନେଇ ଖୁବ ଚର୍ଚ୍ଚା ଆରମ୍ଭ ହୋଇଛି ।  ସୂଚନା ଅନୁସାରେ ସେ  ବର୍ତ୍ତମାନ ଏଭଳି ଏକ ଆପାର୍ଟମେଣ୍ଟକୁ ସିଫ୍ଟ କରିଛନ୍ତି, ଯେଉଁଠାରେ ବଲିଉଡର ମିଷ୍ଟର ପରଫେକ୍ଟସନିଷ୍ଟ ଆମିର ଖାନ୍ ନିଜର ବ୍ଲକବଷ୍ଟର ଫିଲ୍ମ 'ଦଙ୍ଗଲ'ର ସୁଟିଂ ଏବଂ ପ୍ରସ୍ତୁତି ସମୟରେ ରହୁଥିଲେ । ଉଲ୍ଲେଖଯୋଗ୍ୟ ଯେ, ସେହି ଆପାର୍ଟମେଣ୍ଟରେ ରହିବା ସମୟଟି ଆମିର ଖାନ୍ଙ୍କ କ୍ୟାରିୟରର ସବୁଠାରୁ ସଫଳ ପର୍ଯ୍ୟାୟ ଥିଲା, ତେଣୁ ରବି ଦୁବେଙ୍କ ପାଇଁ ମଧ୍ୟ ଏହି ସ୍ଥାନଟି ପୁଣି ଥରେ ଭାଗ୍ୟଶାଳୀ ପ୍ରମାଣିତ ହେବ ବୋଲି ଆଶା କରାଯାଉଛି । ଏହି ବହୁ ପ୍ରତୀକ୍ଷିତ ସିନେମା 'ରାମାୟଣ: ପାର୍ଟ ୧' ରେ ରଣବୀର କପୁର ପ୍ରଭୁ ଶ୍ରୀରାମ, ସାଇ ପଲ୍ଲବୀ ମାତା ସୀତା, ସୁପରଷ୍ଟାର ୟଶ ରାବଣ ଏବଂ ସନ୍ନି ଦେଓଲ ଭଗବାନ ହନୁମାନଙ୍କ ଭୂମିକାରେ ନଜର ଆସିବେ ।  ଏହି ମେଗା ପ୍ରୋଜେକ୍ଟଟି ୨୦୨୬ ଦୀପାବଳି ଅବସରରେ ରିଲିଜ ହେବାନେଇ ଯୋଜନା ରହିଛି ।

Tags: