ଶେଷ ଫିଲ୍ମ ମହାଭାରତ !
ନିକଟରେ ନିଜର ଡ୍ରିମ୍ ଫିଲ୍ମ ମହାଭାରତକୁ ନେଇ ଆମିର ଖାନ୍ ଆଲୋଚନା କରିଛନ୍ତି । ଏହା ତାଙ୍କର ଶେଷ ଫିଲ୍ମ ବୋଲି ଅଭିନେତା ସୂଚନା ଦେଇଛନ୍ତି । ଏହାପରେ ତାଙ୍କର ଆଉ ଫିଲ୍ମ କରିବାର ନାହିଁ । ସେ ଏହି ଫିଲ୍ମରେ ନିଜର ସବୁଠାରୁ ଭଲ ଭର୍ସନ ଦର୍ଶକଙ୍କୁ ଦେଖେଇବାକୁ ଚେଷ୍ଟା କରିବେ, ଯାହା ପରେ ତାଙ୍କ ପାଖେ ଆଉ କିଛି ନୂଆ ନାହିଁ ବୋଲି ଆମିର ମତ ଦେଇଛନ୍ତି । ନିକଟରେ ଏକ ପୋଡକାଷ୍ଟରେ ଆମିର […]
ନିକଟରେ ନିଜର ଡ୍ରିମ୍ ଫିଲ୍ମ ମହାଭାରତକୁ ନେଇ ଆମିର ଖାନ୍ ଆଲୋଚନା କରିଛନ୍ତି । ଏହା ତାଙ୍କର ଶେଷ ଫିଲ୍ମ ବୋଲି ଅଭିନେତା ସୂଚନା ଦେଇଛନ୍ତି । ଏହାପରେ ତାଙ୍କର ଆଉ ଫିଲ୍ମ କରିବାର ନାହିଁ । ସେ ଏହି ଫିଲ୍ମରେ ନିଜର ସବୁଠାରୁ ଭଲ ଭର୍ସନ ଦର୍ଶକଙ୍କୁ ଦେଖେଇବାକୁ ଚେଷ୍ଟା କରିବେ, ଯାହା ପରେ ତାଙ୍କ ପାଖେ ଆଉ କିଛି ନୂଆ ନାହିଁ ବୋଲି ଆମିର ମତ ଦେଇଛନ୍ତି । ନିକଟରେ ଏକ ପୋଡକାଷ୍ଟରେ ଆମିର ଏନେଇ ସୂଚନା ଦେଇଛନ୍ତି, ଯାହା ଖୁବ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସେ ମହାଭାରତ ଫିଲ୍ମ ପାଇଁ କାମ ଆରମ୍ଭ କରିଛନ୍ତି । ସିତାରେ ଜମିନ ପରଦାକୁ ଆସିବା ପରେ ସେ ନିଜର ସମସ୍ତ ସମୟ ବର୍ତ୍ତମାନ ମହାଭାରତକୁ ଦେଉଥିବା ପ୍ରକାଶ କରିଛନ୍ତି । ଫିଲ୍ମଟି ଖୁବ ଭବ୍ୟ ଓ ଅଦ୍ଭୁତ ହେବ ବୋଲି ଆମିର ଆଶା ରଖିଛନ୍ତି ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ । ସେହିଭଳି ପୂର୍ବରୁ ଜୀବନ ଥିବା ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରୀରେ କାମ କରିବେ ବୋଲି ସେ ଭାବିଥିଲେ । ହେଲେ ବର୍ତ୍ତମାନ ମହାଭାରତ ପରେ ଆଉ କୌଣସି ପ୍ରୋଜେକଫ କରିବେ ନାହିଁ ବୋଲି ପୋଡକାଷ୍ଟରେ ଆମିର ପ୍ରକାଶ କରିଛନ୍ତି । ଫ୍ୟାନ୍ଙ୍କୁ ଏହି ଖବରଟି ଦୁଃଖ ଦେଇଛି, ସେମାନଙ୍କ ପ୍ରିୟ ଅଭିନେତାଙ୍କର ଅବସରକୁ ସେ ଗ୍ରହଣ କରିପାରୁନାହାନ୍ତି । ସୋସିଆଲ ମିଡିଆରେ ଏନେଇ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।




