କ୍ରୀତିଙ୍କ ବଲିଉଡ ଡେବ୍ୟୁ
ସାଉଥ ସିନେମାର ଲୋକପ୍ରିୟ ଅଭିନେତ୍ରୀ କ୍ରୀତି ଶେଟ୍ଟୀ ଏକ ରୋମାଣ୍ଟିକ କାହାଣୀ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଚଳିତବର୍ଷ ଶେଷ ଆଡ଼କୁ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପ୍ରସିଦ୍ଧ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସହ ୧୭ ବର୍ଷରୁ ଅଧିକ ସମୟ ଧରି କାମ କରିଥିବା ନିର୍ଦ୍ଦେଶିକା ବିଧି ଘୋଡ଼ଗାଁକର ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରୁଥିବାର ସୂଚନା ରହିଛି । ଅଭିଷେକ ଏସ୍ ବ୍ୟାସଙ୍କ ପ୍ରଯୋଜନା ସଂସ୍ଥା 'ଏଭିଏସ୍ ଷ୍ଟୁଡିଓଜ୍' ଏହାର ପ୍ରଯୋଜନା ଦାୟତ୍ୱ ବହନ କରିଥିବା ନେଇ ଜଣାପଡିଛି । ତେଲୁଗୁ ସୁପରହିଟ୍ ଫିଲ୍ମ 'ଉପେନା' ଜରିଆରେ ଦର୍ଶକଙ୍କ ମନ ଜିତିଥିବା କ୍ରୀତି ପୂର୍ବରୁ ଏକାଧିକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସାଉଥ ଦର୍ଶକ ତାଙ୍କୁ ଖୁବ ଭଲପାଇବା ଦେଇଥିବାବେଳେ ବଲିଉଡ ଦର୍ଶକ ମଧ୍ୟ ସେହିଭଳି ଭଲ ପାଇବାଦେବେ ବୋଲି ସେ ଆଶା ରଖିଛନ୍ତି । କ୍ରୀତିଙ୍କର ଏହି ଫିଲ୍ମକୁ ନେଇ ତାଙ୍କ ଫ୍ୟାନମାନେ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି ।
Tags:




