ପସନ୍ଦ ଆସୁଛନ୍ତି କ୍ରିତି
By: Ipsita
ନିକଟରେ ରିଲିଜ ହୋଇଛି ଫିଲ୍ମ ରିଭଲଭର ରୀତା, ଯେଉଁଥିରେ ମୁଖ୍ୟ ଭୂମିକାରେ ଅଛନ୍ତି କ୍ରିତି ସୁରେସ । କ୍ରିତିଙ୍କର ଅଭିନୟକୁ ଦର୍ଶକ ଏଥିରେ ଖୁବ ଭଲ ପାଇବା ଦେଉଛନ୍ତି । ଫିଲ୍ମ କେବଳ କ୍ରିତିଙ୍କ ପାଇଁ ଦର୍ଶକ ଦେଖୁଛନ୍ତି ବୋଲି ମଧ୍ୟ ମତ ପ୍ରକାଶ ପାଇବାରେ ଲାଗିଛି । କ୍ରିତିଙ୍କ ଅଭିନୟର ଯାଦୁ ଫିଲ୍ମକୁ ଫ୍ଲପ ହେବାରୁ ବଞ୍ଚାଇଛି ବୋଲି ସମୀକ୍ଷକ ମତ ଦେଉଛନ୍ତି । ଏହି ହ୍ୟୁମର କ୍ରାଇମ ଫିଲ୍ମରେ କ୍ରିତିଙ୍କର କମିକ୍ ଟାଇମିଂ ଖୁବ ଭଲ ଥିଲା । କ୍ରିତିଙ୍କ ସହିତ ଅନ୍ୟ କିଛି କଳାକାରଙ୍କ ଅଭିନୟକୁ ମଧ୍ୟ ଖୁବ ପ୍ରଶଂସା ମିଳୁଛି । ସେମାନେ ମଧ୍ୟ ନିଜନିଜର ବେଷ୍ଟ ଦେଇଥିବା ସମୀକ୍ଷକ ମତ ଦେଇଛନ୍ତି । ହେଲେ କାହାଣୀକୁ ସମୀକ୍ଷକ ଦୁର୍ବଳ ବୋଲି ମତ ଦେଇଛନ୍ତି । ତେବେ କ୍ରିତିଙ୍କ ଫ୍ୟାନଙ୍କ ପାଇଁ କିନ୍ତୁ ଏହା ଖୁବ ସୁନ୍ଦର ଉପହାର ପାଲଟିଛି । ସେମାନେ ନିଜ ପ୍ରିୟ ଅଭିନେତ୍ରୀଙ୍କ ସୁନ୍ଦର ଅଭିନୟକୁ ଖୁବ ଉପଭୋଗ କରିଛନ୍ତି ।
ସମ୍ବନ୍ଧିତ ଖବର ମଞ୍ଚ ଚଢି ପାରିବେ ନାହିଁ ପିୟୁଷ ତ୍ରିପାଠୀ,କୋର୍ଟ ଲଗାଇଲେ ରୋକ
Tags:



