ଚର୍ଚ୍ଚାରେ କୀର୍ତ୍ତି
ଅଭିନେତ୍ରୀ କୀର୍ତ୍ତି କୁଲ୍ହାରୀ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । କୀର୍ତ୍ତିଙ୍କ ପ୍ରେମ ସମ୍ପର୍କକୁ ନେଇ ଫ୍ୟାନଠାରୁ ସେଲିବ୍ରିଟି ସମସ୍ତେ କଥା ହେଉଛନ୍ତି । ନିଜର ବୟଫ୍ରେଣ୍ଡଙ୍କ ସମ୍ପର୍କରେ ଅଫିସିଆଲି ସୋସିଆଲ ମିଡିଆରେ ଅପଡେଟ କରିଛନ୍ତି । ୪୦ ବର୍ଷୀୟ କୀର୍ତ୍ତି ନିଜର କୋ ଷ୍ଟାର ରାଜୀବ ସିଦ୍ଧାର୍ଥଙ୍କୁ ଡେଟ କରୁଥିବା ନେଇ ହିଣ୍ଟ ଦେଇଛନ୍ତି । ନୂଆବର୍ଷ ପାଳନ ଉଭୟ ମିଶି କରିଥିବାର ଫଟୋ ସୋସିଆଲ ମିଡିଆରେ କୀର୍ତ୍ତି ପୋଷ୍ଟ କରିଛନ୍ତି । ଯାହାର ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ପୂର୍ବରୁ ୨୦୨୧ରେ ସାହିଲ ସେହଗଲଙ୍କ ସହିତ କୀର୍ତ୍ତିଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଉଭୟଙ୍କର ବିବାହ ବିଚ୍ଛେଦ ୫ବର୍ଷ ପରେ ହୋଇଥିଲା । ତେବେ କୀର୍ତ୍ତିଙ୍କୁ ଏହି ନୂଆ ଜୀବନ ପାଇଁ ଫ୍ୟାନଙ୍କ ସମେତ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ଶୁଭେଚ୍ଛା ଦେବାରେ ଲାଗିଛନ୍ତି । କୀର୍ତ୍ତି ନିଜର ଶୋ ଫୋର ମୋର ସର୍ଟସକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ଏହି ଶୋକୁ ଦର୍ଶକ ଖୁବ ଭଲପାଇବା ଦେଉଥିବାବେଳେ କୀର୍ତ୍ତିଙ୍କ କ୍ୟାରିୟରେ ଏହା ୟୁଟର୍ଣ୍ଣ ସାଜିଛି ।



