ରୋମାଣ୍ଟିକ ଥ୍ରୀଲରରେ କୀର୍ତ୍ତି
ନିକଟରେ କମେଡି ଡ୍ରାମା ଫିଲ୍ମ 'ରିଭଲଭର ରୀତା'ରେ ମୁଖ୍ୟ ଭୂମିକାରେ ନଜର ଆସିଥିବା ଅଭିନେତ୍ରୀ କୀର୍ତ୍ତି ସୁରେଶ ଏବେ ଏକ ବଡ଼ ବଜେଟ୍ର ରୋମାଣ୍ଟିକ ଥ୍ରୀଲର ଚଳଚ୍ଚିତ୍ର ପାଇଁ ସଜବାଜ ହେଉଛନ୍ତି । ତେବେ ଏହା ତାଙ୍କ କ୍ୟାରିୟରରେ ଏକ ଟର୍ଣ୍ଣିଂ ପଏଣ୍ଟ ହେବବୋଲି ଚର୍ଚ୍ଚା ଜାରି ରହିଛି । ବର୍ତ୍ତମାନ କୀର୍ତ୍ତିଙ୍କ ହାତରେ ଅନେକ ବଡ଼ ବଡ଼ ପ୍ରୋଜେକ୍ଟ ରହିଛି, ଯେଉଁଥିମଧ୍ୟରୁ ସେ ଅଭିନେତା ରାଜକୁମାର ରାଓଙ୍କ ସହ ଆଦିତ୍ୟ ନିମ୍ବାଲକରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ରଫ୍ତାର୍'ରେ ନଜର ଆସିବେ । ଏହା ବ୍ୟତୀତ ସେ ପ୍ରବୀଣ ଏସ୍. ବିଜୟଙ୍କ ନିର୍ଦ୍ଦେଶିତ 'ସତ୍ୟବାନ ସାବିତ୍ରୀ' ଏବଂ ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ 'ରାଉଡି ଜନାର୍ଦ୍ଦନ'ରେ ମଧ୍ୟ ସେ ସହ-ଅଭିନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଏହାସହ ଆହୁରି କିଛି ପ୍ରୋଜେକ୍ଟରେ ମଧ୍ୟ ସେ ନଜର ଆସିବେବୋଲି ଜଣା ପଡିଛି ।
Tags:



