କ୍ୟାରିୟର ବଦଳାଇଲେ କ୍ରିତି

ବି ଟାଉନ୍‌ର ଅନ୍ୟତମ ଚର୍ଚ୍ଚିତ ଆକେଫ୍ରସ୍‌ ହେଉଛନ୍ତି କ୍ରିତି ସାନନ । ତାଙ୍କ ଶେଷ ଫିଲ୍ମ ଆଦିପୁରୁଷ ସବୁଠୁ ଅଧିକ ବିବାଦ ମଧ୍ୟରେ ରହିଥିବାବେଳେ ସେ ତାଙ୍କ କ୍ୟାରିୟର୍‌ ବଦଳାଇବାକୁ ଯାଉଛନ୍ତି । ଫ୍ୟାନ୍ସମାନେ ତାଙ୍କୁ ଆଗକୁ ପ୍ରଡୁ୍ୟସର ରୂପେ ଦେଖିବାକୁ ପାଇବେ । ଏ ସମ୍ପର୍କରେ କ୍ରିତି ଅଫିସିଆଲ ଆନାଉନ୍ସମେଣ୍ଟ କରିବା ସହ ପ୍ରଡକ୍ସନ୍‌ ହାଉସ୍‌ର ନæô ରିଭିଲ୍‌ କରିଛନ୍ତି । ଏହାସହ ଇନ୍‌ଷ୍ଟାଗ୍ରାମ୍‌ରେ ଏହାର ଏକ ଟିଜର୍‌ ମଧ୍ୟ ଶେୟାର କରିଛନ୍ତି । ସେ […]

Samaya Live Picture
Published On

ବି ଟାଉନ୍‌ର ଅନ୍ୟତମ ଚର୍ଚ୍ଚିତ ଆକେଫ୍ରସ୍‌ ହେଉଛନ୍ତି କ୍ରିତି ସାନନ । ତାଙ୍କ ଶେଷ ଫିଲ୍ମ ଆଦିପୁରୁଷ ସବୁଠୁ ଅଧିକ ବିବାଦ ମଧ୍ୟରେ ରହିଥିବାବେଳେ ସେ ତାଙ୍କ କ୍ୟାରିୟର୍‌ ବଦଳାଇବାକୁ ଯାଉଛନ୍ତି । ଫ୍ୟାନ୍ସମାନେ ତାଙ୍କୁ ଆଗକୁ ପ୍ରଡୁ୍ୟସର ରୂପେ ଦେଖିବାକୁ ପାଇବେ । ଏ ସମ୍ପର୍କରେ କ୍ରିତି ଅଫିସିଆଲ ଆନାଉନ୍ସମେଣ୍ଟ କରିବା ସହ ପ୍ରଡକ୍ସନ୍‌ ହାଉସ୍‌ର ନæô ରିଭିଲ୍‌ କରିଛନ୍ତି । ଏହାସହ ଇନ୍‌ଷ୍ଟାଗ୍ରାମ୍‌ରେ ଏହାର ଏକ ଟିଜର୍‌ ମଧ୍ୟ ଶେୟାର କରିଛନ୍ତି । ସେ ତାଙ୍କ ପ୍ରଡକ୍ସନ୍‌ ହାଉସ୍‌ର ନାଁ ରଖିଛନ୍ତି ବିଉଟିଫୁଲ ବଟରଫ୍ଲାଏ ଫିଲ୍ମସ୍‌ । ଏହି ନୂତନ ବ୍ୟାନରରେ ପ୍ରଥମ ଫିଲ୍ମ ନିର୍ମାଣ କରିବା ନେଇ କ୍ରିତି ଘୋଷଣା କରିଛନ୍ତି । ଏହି ପ୍ରୋଜେକଫରେ ତାଙ୍କୁ କାଜୋଲଙ୍କ ସହିତ ସ୍କ୍ରିନ୍‌ ଶେୟାର କରୁଥିବା ଦେଖିବାକୁ ମିଳିବ । ଦିଲ୍‌ୱାଲେ ପରେ ଦୀର୍ଘ ୮ ବର୍ଷ ପରେ ‘ଦୋ ପଟ୍ଟି’ରେ ଏହି ଦୁଇ ସିନେ ଷ୍ଟାର୍‌ ପୁଣିଥରେ ଏକାଠି ନଜର ଆସିବେ । ଏହି ଥ୍ରିଲର ଫିଲ୍ମଟି ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ । କନିକା ଢିଲନଙ୍କ ସହ ମିଶି କ୍ରିତି ଏହାର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିବେ । ନୂତନ କ୍ୟାରିୟର ପାଇଁ କ୍ରିତି ବେଶ୍‌ ଉତ୍ସାହିତ ଅଛନ୍ତି । ଟାଇଗର୍‌ ଶ୍ରଫ୍‌ଙ୍କ ସହିତ ହିରୋପନ୍ତିରୁ ସିନେ କ୍ୟାରିୟର୍‌ ଆରମ୍ଭ କରିଥିଲେ କ୍ରିତି । ଏହାପରେ ଦିଲ୍‌ୱାଲେ, ବରେଲି କି ବର୍ଫି, ଲୁକା ଛୁପି, ମିମି, ହାଉସ୍‌ଫୁଲ୍‌ ୪ ସମେତ ଅନେକ ହିଟ୍‌ ଫିଲ୍ମରେ ସେ ନିଜର ପାରଙ୍ଗମତା ପ୍ରଦର୍ଶନ କରିଛନ୍ତି ।

Tags: