କିମ୍‌ ଓ ଲିଆଣ୍ଡାର କରିବାକୁ ଯାଉଛନ୍ତି ବିବାହ

ନୂଆଦିଲ୍ଳୀ: ମଇ ୦୭: ବଲିଉଡ ଅଭିନେତ୍ରୀ କିମ୍ ଶର୍ମା ଏବଂ ଟେନିସ ତାରକା ଲିଆଣ୍ଡର ପେସ୍ଙ୍କ ପ୍ରେମ ସମ୍ପର୍କ ବିଷୟରେ କାହାକୁ ଅଛପା ନାହିଁ । ଦିନକୁ ଦିନ ଦୁହିଁଙ୍କ ପ୍ରେମ ବଢିବାରେ ଲାଗିଛି। ୨୦୨୧ ନୂଆ ବର୍ଷରୁ ହିଁ ଦୁହିଁଙ୍କ ବିଷୟରେ ଜଣାପଡିଥିଲା । ସୋସିଆଲ ମିଡିଆରେ ସେମାନଙ୍କ ଅନେକ ଫଟୋ ସାମ୍ନାକୁ ଆସିଥିଲା । ଯେଉଁଠାରେ ଏହି ଦମ୍ପତି ଖୋଲାଖୋଲି ଭାବରେ ନିଜ ପ୍ରେମକୁ ପ୍ରକାଶ କରିଥିଲେ । ଅନେକ ସ୍ଥାନରେ ଉଭୟଙ୍କୁ ଏକାଠି […]

Samaya Live Picture
Published On

ନୂଆଦିଲ୍ଳୀ: ମଇ ୦୭: ବଲିଉଡ ଅଭିନେତ୍ରୀ କିମ୍ ଶର୍ମା ଏବଂ ଟେନିସ ତାରକା ଲିଆଣ୍ଡର ପେସ୍ଙ୍କ ପ୍ରେମ ସମ୍ପର୍କ ବିଷୟରେ କାହାକୁ ଅଛପା ନାହିଁ । ଦିନକୁ ଦିନ ଦୁହିଁଙ୍କ ପ୍ରେମ ବଢିବାରେ ଲାଗିଛି। ୨୦୨୧ ନୂଆ ବର୍ଷରୁ ହିଁ ଦୁହିଁଙ୍କ ବିଷୟରେ ଜଣାପଡିଥିଲା । ସୋସିଆଲ ମିଡିଆରେ ସେମାନଙ୍କ ଅନେକ ଫଟୋ ସାମ୍ନାକୁ ଆସିଥିଲା । ଯେଉଁଠାରେ ଏହି ଦମ୍ପତି ଖୋଲାଖୋଲି ଭାବରେ ନିଜ ପ୍ରେମକୁ ପ୍ରକାଶ କରିଥିଲେ । ଅନେକ ସ୍ଥାନରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ନିକଟରେ ଦୁଇ ଜଣ ୟୁଏସଏ ଛୁଟି କାଟି ଆସିଛନ୍ତି । ଯାହାର ଫଟୋ ଏବେ ଖୁବ୍ ଭାଇରାଲ୍ ହୋଇଥିଲା। ପରେ ଦୁହେଁ ତାଙ୍କ ନିକଟତର ବନ୍ଧୁଙ୍କ ବିବାହରେ ମଧ୍ୟ ନଜର ଆସିଥିଲେ। ଏହି ସବୁକୁ ଦେଖି କପଲ୍ଙ୍କ ବିଷୟରେ ଖୁବ୍ ଚର୍ଚ୍ଚା ଚାଲିଥିଲା । ହେଲେ ବର୍ତ୍ତମାନ ଖବର ଆସିଛି କି ଖୁବ୍ ଶୀଘ୍ର ଲିଆଣ୍ଡର୍ ପେସ୍ ଏବଂ କିମ୍ ଶର୍ମା କୋର୍ଟ ବିବାହ କରିପାରନ୍ତି।ଗଣମାଧ୍ୟମ ଖବର ଅନୁଯାୟୀ, ଦୁହେଁ ନିଜ ସମ୍ପର୍କକୁ ଏକ ନୂଆ ନାମ ଦେବାକୁ ଚାହୁଁଛନ୍ତି । ଦୀର୍ଘ ବର୍ଷ ଡେଟ୍ କରିବା ପରେ ଏବେ ସ୍ୱାମୀ-ସ୍ତ୍ରୀ ହେବାକୁ ଯାଉଛନ୍ତି । ଉଭୟ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିବାକୁ ହେବେ । ନୂଆ ସମ୍ପର୍କ ପାଇଁ କିମ୍ ଶର୍ମା ଏବଂ ଲିଆଣ୍ଡର୍ ପେସ୍ ମଧ୍ୟ ସେମାନଙ୍କ ବାପା ମାଅଙ୍କଠାରୁ ଆଶୀର୍ବାଦ ମଧ୍ୟ ପାଇ ସାରିଛନ୍ତି । ଦମ୍ପତିଙ୍କ ସମ୍ପର୍କ ପାଇଁ ଉଭୟଙ୍କ ପରିବାର ପକ୍ଷରୁ ଅନୁମତି ମଧ୍ୟ ମଞ୍ଜୁର ହୋଇଯାଇଛି ।କିମଙ୍କ ବାନ୍ଦ୍ରା ସ୍ଥିତ ଘରେ ଉଭୟ ପରିବାର ଏକାଠି ହୋଇଥିଲେ। କଥାବର୍ତ୍ତା ପରେ ନିଷ୍ପତ୍ତି ନିଆଗଲା ଯେ ଶୀଘ୍ର ଉଭୟଙ୍କ ସମ୍ପର୍କକୁ ନୂଆ ନାମ ଦେବେ । ଏହି ବିବାହ ବଲିଉଡ ଅନ୍ୟ ବିବାହ ପରି ସେତେ ଚମତ୍କାର ତଥା ଗ୍ରାଣ୍ଡ ହେବ ନାହିଁ। ସାଧା ସିଧା ଭାବରେ ଉଭୟ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ କୋର୍ଟ ବିବାହ କରିବେ । ତେଣୁ ଖୁବ୍ ଶୀଘ୍ର ଦୁହେଁ ବିବାହ କରିବେ ବୋଲି ପ୍ରସ୍ତୁତ ହେଉଛନ୍ତି । ଅନ୍ୟପଟେ କହିବାକୁ ଗଲେ କିମ୍ଙ୍କର ଏହାର ଦ୍ବିତୀୟ ଓ ଲିଆଣ୍ଡରଙ୍କ ତୃତୀୟ ବିବାହ ହେବ । କିମ୍ ୨୦୧୦ ମସିହାରେ ଜଣେ ବ୍ୟସାୟୀକୁ ବିବାହ କରିଥିଲେ ହେଲେ ବିବାହର ୬ ବର୍ଷ ପରେ ଦୁହେଁ ଅଲଗା ହୋଇ ଯାଇଥିଲେ । ଲିଆଣ୍ଡ ପ୍ରଥମେ ଅଭିନେତ୍ରୀ ମହିମା ଚୌଧୁରୀଙ୍କୁ ବିବାହ କରିଥିଲେ ପରେ ସଞ୍ଜୟ ଦତ୍ତଙ୍କ ପତ୍ନୀ ରିୟା ପଲ୍ଲାଇଙ୍କୁ ବିବାହ କରିଥିଲେ।