କିଆରାଙ୍କ ଜବାବ
ସୁପରଷ୍ଟାର ୟଶଙ୍କ ବହୁପ୍ରତିକ୍ଷିତ ଚଳଚ୍ଚିତ୍ର ‘ଟକ୍ସିକ୍’କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ମିଥ୍ୟା ଖବର ଉପରେ ଅଭିନେତ୍ରୀ କିଆରା ଆଡଭାନୀ ନିଜର ପ୍ରତିକ୍ରିୟା ରଖି କଡ଼ା ସମାଲୋଚନା କରିଛନ୍ତି । ବିଭିନ୍ନ ରିପୋର୍ଟରେ ଦାବି କରାଯାଉଥିଲା ଯେ, କିଆରା ୟଶଙ୍କ ସହ ଶୁଟ୍ କରିଥିବା କିଛି ବୋଲ୍ଡ ରୋମାଣ୍ଟିକ ଦୃଶ୍ୟକୁ ଦେଖି ଅସହଜ ଅନୁଭବ କରିଥିଲେ ଏବଂ ସେଗୁଡ଼ିକୁ ହଟାଇବା ପାଇଁ ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଥିଲେ । ମାତ୍ର ଏହି ଖବରକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କିଆରା ସୂଚନା ଦେବା ସହ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି । ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଗ୍ୟାଙ୍ଗଷ୍ଟର ଡ୍ରାମାରେ ୟଶ ‘ରାୟା’ ଏବଂ ‘ଟିକେଟ୍’ ନାମକ ଦ୍ୱିତ ଭୂମିକାରେ ନଜର ଆସିବାକୁ ଥିବାବେଳେ କିଆରା ‘ନାଦିଆ’ ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ ନୟନତାରା, ହୁମା କୁରେଶୀ, ତାରା ସୁତାରିଆ ଓ ରୁକ୍ମିଣୀ ବସନ୍ତଙ୍କ ଭଳି ତାରକାମାନେ ପ୍ରମୁଖ ଭୂମିକାରେ ନଜର ଆସିବେ । ଅନ୍ୟପଟେ ଫିଲ୍ମର ରିଲିଜ୍ ତାରିଖକୁ ନେଇ ଦର୍ଶକଙ୍କୁ ଦୀର୍ଘ ପ୍ରତୀକ୍ଷା କରିବାକୁ ପଡୁଛି, କାରଣ ଏକାଧୀକ ଥର ଏହାର ରିଲିଜ ଡେଟ ଘୁଞ୍ଚିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହାର ରିଲିଜକୁ ନେଇ କୌଣସି ତାରିଖ ନାହିଁ ।



