ଆସିବ ‘କେଜିଏଫ୍‌-୩’

କନ୍ନଡ଼ ଫିଲ୍ମ ‘କେଜିଏଫ୍‌ ଚାପଫର-୨’ ମୁକ୍ତିଲାଭ କରିବା ମାତ୍ରେ ହିଁ ସାରା ଦେଶରେ ଚହଳ ସୃଷ୍ଟି କରିଛି । ପ୍ରଥମ ଦିନରେ ହିଁ ବକ୍ସ ଅଫିସର ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି ସାଉଥ୍‌ ସୁପରଷ୍ଟାର ୟଶଙ୍କ ଏହି ବ୍ଲକବଷ୍ଟର ଫିଲ୍ମ । ଆଗାମୀ କିଛି ଦିନ ପାଇଁ ଦକ୍ଷିଣରୁ ଉତ୍ତର ଭାରତର ସମସ୍ତ ପ୍ରେକ୍ଷାଳୟର ଆଡଭାନ୍ସ ଟିକେଟ ବିକ୍ରି ହୋଇସାରିଛି । ସେହିପରି ଅଫଲାଇନ ଟିକେଟ ଗୋଟେ ପାଇବା ପାଇଁ ସିନେମାହଲ୍‌ ସାମ୍ନାରେ ସିନେପ୍ରେମୀଙ୍କ ପ୍ରବଳ ଭିଡ଼ […]

Samaya Live Picture
Published On

କନ୍ନଡ଼ ଫିଲ୍ମ ‘କେଜିଏଫ୍‌ ଚାପଫର-୨’ ମୁକ୍ତିଲାଭ କରିବା ମାତ୍ରେ ହିଁ ସାରା ଦେଶରେ ଚହଳ ସୃଷ୍ଟି କରିଛି । ପ୍ରଥମ ଦିନରେ ହିଁ ବକ୍ସ ଅଫିସର ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି ସାଉଥ୍‌ ସୁପରଷ୍ଟାର ୟଶଙ୍କ ଏହି ବ୍ଲକବଷ୍ଟର ଫିଲ୍ମ । ଆଗାମୀ କିଛି ଦିନ ପାଇଁ ଦକ୍ଷିଣରୁ ଉତ୍ତର ଭାରତର ସମସ୍ତ ପ୍ରେକ୍ଷାଳୟର ଆଡଭାନ୍ସ ଟିକେଟ ବିକ୍ରି ହୋଇସାରିଛି । ସେହିପରି ଅଫଲାଇନ ଟିକେଟ ଗୋଟେ ପାଇବା ପାଇଁ ସିନେମାହଲ୍‌ ସାମ୍ନାରେ ସିନେପ୍ରେମୀଙ୍କ ପ୍ରବଳ ଭିଡ଼ ।

 ଆସିବ ‘କେଜିଏଫ୍‌-୩’

ୟଶ୍‌ଙ୍କ ଆକ୍ସନ ଏବଂ ଡାଏଲଗ୍‌, ସଞ୍ଜୟ ଦତ୍ତଙ୍କ ଅଧୀରାର ଖଳନାୟକ ଚରିତ୍ର, ରବୀନା ଟଣ୍ଡନ, ପ୍ରକାଶ ରାଜଙ୍କ ଦମଦାର ରୋଲ୍‌ ସିନେପ୍ରେମୀଙ୍କ ହୃଦୟ ଜିତିବାରେ ସଫଳ ହୋଇଛି । ‘କେଜିଏଫ୍‌-୨’ ୨୦୧୮ରେ ଆସିଥିବା ପ୍ରଥମ ପାର୍ଟଠାରୁ ଭଲ ପ୍ରଦର୍ଶନ କରିଛି । ସେପଟେ ଫିଲ୍ମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଖବର ଅନୁଯାୟୀ ଏହାର ତୃତୀୟ ଚାପଫର ମଧ୍ୟ ଆସିବ । ‘କେଜିଏଫ୍‌ ଚାପଫର-୨’ରେ ହିଁ ତୃତୀୟ ପାର୍ଟ ଆସିବ ବୋଲି ସଙ୍କେତ ମିଳିଯାଇଛି । ସେହିପରି ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍‌ ଏକ ସାକ୍ଷାତକାରରେ ଆଗାମୀ ଭାଗର କାମ ଆରମ୍ଭ ହୋଇଯାଇଥିବା ସୂଚନା ଦେଇଛନ୍ତି । ତେବେ ଏପର୍ଯ୍ୟନ୍ତ ଏହାକୁ ନେଇ ଅଫିସିଆଲି ଘୋଷଣା ହୋଇନଥିବା ବେଳେ ଦର୍ଶକମାନେ ତୃତୀୟ ଭାଗକୁ ଦେଖିବା ପାଇଁ ନିଶ୍ଚିତ ଭାବେ ଉତ୍ସାହ ଦେଖାଇଛନ୍ତି । ସେପଟେ ଫିଲ୍ମଟି ରିଲିଜ୍‌ର ପ୍ରଥମ ଦିନରେ ହିଁ ଆର୍‌ଆର୍‌ଆର୍‌, ବାହୁବଳୀର ରେକର୍ଡକୁ ଭାଙ୍ଗି ୧୫୦କୋଟି ଟଙ୍କାର ବ୍ୟବସାୟ କରିଛି । ରିପୋର୍ଟ ଅନୁଯାୟୀ କେବଳ ହିନ୍ଦୀ ସଂସ୍କରଣରେ ତାହା ୫୦ କୋଟିରୁ ଅଧିକ ବିଜନେସ୍‌ କରିଛି । ଏପରିକି ହଲିଉଡ୍‌ ଫିଲ୍ମ ଆଭେଞ୍ଜର୍ସ: ଏଣ୍ଡ୍‌ଗେମ୍‌ର ମଧ୍ୟ ରେକର୍ଡ ବ୍ରେକ୍‌ କରିଛି । ଆଗକୁ ମଧ୍ୟ ଭାରତୀୟ ସିନେମା ଇତିହାସରେ କେଜିଏଫ୍‌ ନୂଆ ଟ୍ରେଣ୍ଡ୍‌ ରେକର୍ଡ ସ୍ଥାପନ କରିବ ବୋଲି ସିନେସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।