କେଜିଆଙ୍କ ବାଜିମାତ

କେଜିଆଙ୍କ ବାଜିମାତ
Ipsita Picture
By: Ipsita
Published On

 

ଜୟପୁରର ଜି-ଷ୍ଟୁଡିଓରେ ଆୟୋଜିତ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ର ଫାଇନାଲ୍ରେ ଦେଶର ୫୨ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ କେରଳର ୧୯ ବର୍ଷୀୟା କେଜିଆ ଲିଜ୍ ମେଜୋ ବିଜେତା ହୋଇଛନ୍ତି । ଏହି ପ୍ରତିଯୋଗିତାରେ ତାମିଲନାଡୁର ବୈଷ୍ଣବୀ ଗଣେଶ ପ୍ରଥମ ରନର୍ସ-ଅପ୍ ଏବଂ ଗୁଜରାଟର ଅନୁଶ୍ରୀ ସାତବଲେକର ଦ୍ୱିତୀୟ ରନର୍ସ-ଅପ୍ ଘୋଷିତ ହୋଇଛନ୍ତି । ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ୍, ଉର୍ବଶୀ ରାଉତେଲା, ସେଲିନା ଜେଟଲୀ, ପ୍ରଜ୍ଞା କପୁର ଓ ନିଖିଲ ଆନନ୍ଦ ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିବା ଏହି ଗ୍ରାଣ୍ଡ୍ ଫିନାଲେରେ କେଜିଆ ବିୟଜ ମୁକୁଟ ପିନ୍ଧିଥିଲେ । ବିଜୟ ପରେ କେଜିଆ କହିଛନ୍ତି ଯେ ଏହା କେବଳ ଏକ ସଫଳତା ନୁହେଁ, ବରଂ ଏକ ବଡ଼ ଦାୟିତ୍ୱ ଏବଂ ସେ ବିଶ୍ୱ ମଞ୍ଚରେ ଭାରତର ସଂସ୍କୃତି ଓ ଯୁବଶକ୍ତିକୁ ସଠିକ୍ ଭାବେ ପ୍ରତିଫଳିତ କରିବେ । ଏହି ସଫଳତା ସହ କେଜିଆ ଚଳିତ ବର୍ଷ ଶେଷରେ ପୁଏର୍ତୋ ରିକୋଠାରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବେ ।

Tags: