ମାଙ୍କ ସ୍ମୃତିକୁ ରଖୁଛନ୍ତି ଜୀବନ୍ତ
ଅଭିନେତ୍ରୀ ଜାହ୍ନବୀ କପୁର ନିକଟରେ ହାଲୋୱିନ୍ ଅବସରରେ ଏକ ରେଟ୍ରୋ ଲୁକ କ୍ରିଏଟ କରିବାର ଅଛି । ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ପ୍ରସିଦ୍ଧ ଚଳଚ୍ଚିତ୍ର ‘ନାଗିନ୍’ରୁ ତାଙ୍କ ସ୍ବର୍ଗତ ମା’ ତଥା କିମ୍ବଦନ୍ତୀ ଅଭିନେତ୍ରୀ ଶ୍ରୀଦେବୀଙ୍କ ଆଇକନିକ୍ ଲୁକ୍କୁ ଆଉଥରେ କ୍ରିଏଟ କରି ସେ ଏହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଜାହ୍ନବୀଙ୍କ ସହ ତାଙ୍କ ବନ୍ଧୁ ଓରୀ, ସ୍ବର୍ଗତ ଅଭିନେତା ଋଷି କପୁରଙ୍କ ଲୁକ୍ରେ ନଜର ଆସିଛନ୍ତି । ଏହି ସିନର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କେବଳ ହାଲୋୱିନ୍ ନୁହେଁ, ପୂର୍ବରୁ ମଧ୍ୟ ଜାହ୍ନବୀ ‘ଚାନ୍ଦନୀ’ ଚଳଚ୍ଚିତ୍ରର ଲୁକ୍ କୁ ମଧ୍ୟ ରିକ୍ରିଏଟ କରିଥିଲେ । ସେହିଭଳି ୨୦୧୮ରେ ଶ୍ରୀଦେବୀଙ୍କ ମରଣୋତ୍ତର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିବା ସମୟରେ ଏବଂ ୨୦୨୫ ସେପ୍ଟେମ୍ବରରେ ନିଜ ଚଳଚ୍ଚିତ୍ର ‘ହୋମ୍ବାଉଣ୍ଡ’ର ପ୍ରିମିୟରରେ ମା’ଙ୍କ ଶାଢି ପିନ୍ଧିବାର ଦେଖିବାକୁ ମିଳିଥିଲା । ‘ନାଗିନ୍’, ‘ଚାନ୍ଦନୀ’, ‘ମିଷ୍ଟର ଇଣ୍ଡିଆ’ ଓ ‘ମମ୍’ ଭଳି କାଳଜୟୀ ସିନେମା ମାଧ୍ୟମରେ ଭାରତୀୟ ସିନେମା ଜଗତରେ ଏକ ସ୍ବତନ୍ତ୍ର ଛାପ ଛାଡ଼ିଯାଇଥିବା ଶ୍ରୀଦେବୀଙ୍କ ଅଭିନୟ ଓ ଫ୍ୟାଶନ ଜାହ୍ନବୀଙ୍କ ମାଧମ୍ୟରେ ଜୀବନ୍ତ ହୋଇ ରହିଛି । ଜାହ୍ନବୀ ସବୁବେଳେ ମାଆଙ୍କର ସ୍ମୃତିକୁ ଆଗକୁ ନେବାକୁ ଚେଷ୍ଟା ଜାରି ରଖିଛନ୍ତି ।




