କଭି ଖୁସି କଭି ଗମ _ ୨
By: Ipsita
ନିକଟରେ ମିଳିଥିବା ସୂଚନା ଅନୁସାରେ ଖୁବଶୀଘ୍ର ପରଦାରେ କଭି ଖୁସି କଭି ଗମର ଦ୍ବିତୀୟ ଭାଗ ନିର୍ମାଣ ହେବାକୁ ଯାଉଛି । ଏହାର ନିର୍ଦ୍ଦେଶନା ଦାୟିତ୍ବ କରଣ ଜୋହର ସମ୍ଭାଳିବେ ବୋଲି ସୋସିଆଲ ମିଡିଆରେ ଆଲୋଚନା ହେଉଛି । ଦର୍ଶକଙ୍କୁ ଅନେକ ଦିନ ଧରି ନିଜ ନିର୍ଦ୍ଦେଶନାର ଯାଦୁ ଦେଖାଇଥିବା କରଣ ପୁଣି ଫେରିଛନ୍ତି ନିର୍ଦ୍ଦେଶନା ଚେୟାରକୁ । ଖୁବଶୀଘ୍ର କଭି ଖୁସି କଭି ଗମର ସିକୁଏଲର ନିର୍ଦ୍ଦେଶନା ଦାୟିତ୍ବ ତୂଲାଇବେ । ୨୦୦୧ରେ ରିଲିଜ ହୋଇଥିବା ଏହି ଫିଲ୍ମଟି ସୁପରହିଟ ହୋଇଥିଲା । ଯାହାର ସିକୁଏଲକୁ ଦେଖିବାକୁ ଦର୍ଶକ କାହିଁ କେଉଁ କାଳରୁ ଚାହିଁ ବସିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହାର ସ୍କ୍ରିପ୍ଟ ବଛା ସରିଥିବା ସୂଚନା ରହିଛି । ଖୁବଶୀଘ୍ର ଏହାର କାଷ୍ଟିଂ ଓ ସୁଟିଂ କାମ ମଧ୍ୟ ସରିବ । ତେବେ କଭି ଖୁସି କଭି ଗମ ଦର୍ଶକଙ୍କ ହୃଦୟର ଖୁବ ନିକଟତର ଫିଲ୍ମ । ଆଜି ବି ଏହି ଫିଲ୍ମର କ୍ରେଜ ଦର୍ଶକଙ୍କ ଭିତରେ ଦେଖିବାକୁ ମିଳିଥାଏ ।
ସମ୍ବନ୍ଧିତ ଖବର ମଞ୍ଚ ଛାଡିବିନି - ପିୟୁଷ
Tags:



