କାର୍ତ୍ତିକଙ୍କ ଗର୍ଲଫ୍ରେଣ୍ଡ କରୀନା !
ନିକଟରେ କାର୍ତ୍ତିକ ଆରିୟନ ନିଜର ଗୋଆ ଭ୍ୟାକେସନର ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ତେବେ ଏହି ଫଟୋ ଅପଲୋଡ ହେବାପରେ କାର୍ତ୍ତିକଙ୍କର ଡେଟିଂକୁ ନେଇ ଖୁବ ଚର୍ଚ୍ଚା ଦେଖିବାକୁ ମିଳୁଛି । କାର୍ତ୍ତିକଙ୍କ ନାଁକୁ ୧୮ ବର୍ଷୀୟ କରୀନା କୁବିଲିୟୁଟଙ୍କ ସହିତ ଯୋଡିଛନ୍ତି । କାରଣ କରୀନା ମଧ୍ୟ ନିଜ ସୋସିଆଲ ମିଡିଆରେ କିଛି ଫଟୋ ଅପଲୋଡ କରିଥିଲେ ଯାହା କାର୍ତ୍ତିକଙ୍କ ଭ୍ୟାକେସନ ଲୋକେସନ ସହିତ ସମାନ ଥିଲା । ଯାହାପରେ ଉଭୟ ଡେଟିଂ କରୁଥିବାନେଇ ସୋସିଆଲ ମିଡିଆରେ ଆଲୋଚନା ଚାଲିଛି । ହେଲେ ବର୍ତ୍ତମାନ ଏହି ଘଟଣାରେ କରୀନା ମୁହଁ ଖୋଲିଛନ୍ତି । ସେ କାର୍ତ୍ତିକଙ୍କର ଗର୍ଲଫ୍ରେଣ୍ଡ ନୁହନ୍ତି ବୋଲି ମତ ରଖିଛନ୍ତି । ଏହାସହ ସେ କାର୍ତ୍ତିକଙ୍କୁ ଜାଣନ୍ତି ନାହିଁ ସେ ନିଜ ପରିବାର ସହିତ ଛୁଟି କାଟିବାକୁ ଆସିଛନ୍ତି ବୋଲି ନିଜ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି । ତେବେ କରୀନା ଗ୍ରୀସରେ ରହୁଥିବାବେଳେ ତାଙ୍କ ବୟସ ମାତ୍ର ୧୮ ବର୍ଷ । ସେ ବର୍ତ୍ତମାନ ପାଠ ପଢୁଥିବାବେଳେ ଜଣେ ଚିୟରଲିଡର ଭାବେ କାର୍ଯ୍ୟରତ । ପ୍ରଥମରୁ ତାଙ୍କର ସୋସିଆଲ ମିଡିଆରେ ମାତ୍ର ୩୦୦ ରୁ ୪୦୦ ଫଲୋଅର୍ସ ଥିଲେ ହେଲେ କାର୍ତ୍ତିକଙ୍କ ସହିତ ନାଁ ଯୋଡି ହେବା ପରେ ତାଙ୍କ ଫଲୋଅର୍ସ ସଂଖ୍ୟା ବର୍ତ୍ତମାନ ୧୪ ହଜାରରୁ ଅଧିକରେ ପହଞ୍ଚିଛି । ତେବେ ଏନେଇ କାର୍ତ୍ତିକ ଆରିୟନ କିମ୍ବା ତାଙ୍କ ଟିମର କୌଣସି ମନ୍ତବ୍ୟ ମିଳିପାରି ନାହିଁ ।



