ବିଜି ଅଛନ୍ତି କାର୍ତ୍ତିକ
ଅଭିନେତା କାର୍ତ୍ତିକ ଆରିୟନଙ୍କ ହାତରେ ବର୍ତ୍ତମାନ ଏକାଧିକ ପ୍ରୋଜେକଫ ଲାଇନ ଅପ ହୋଇ ରହିଛି । ଶେଷଥର ପାଇଁ ତାଙ୍କୁ ଭୁଲ ଭୁଲେୟାଁ ୩ରେ ଦେଖିବାକୁ ମିଳିଥିଲା । ଏହାପରେ ଆଗକୁ ତାଙ୍କୁ ଧର୍ମା ପ୍ରଡକସନ୍ ହାଉସର କମେଡି ଡ୍ରାମା ନାଗଜିଲ୍ଲାରେ ଦେଖିବାକୁ ମିଳିବ । ଯାହାର ପୋଷ୍ଟର ସୁଟିଂରେ ବର୍ତ୍ତମାନ କାର୍ତ୍ତିକ ବ୍ୟସ୍ତ ଅଛନ୍ତି । ଫିଲ୍ମଟି ଅଗଷ୍ଟ ୨୦୨୬ରେ ପରଦାକୁ ଆସିବାନେଇ ଯୋଜନା କରାଯାଇଛି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ମିର୍ଗଦିପ ସିଂ ଲାମ୍ବା […]
ଅଭିନେତା କାର୍ତ୍ତିକ ଆରିୟନଙ୍କ ହାତରେ ବର୍ତ୍ତମାନ ଏକାଧିକ ପ୍ରୋଜେକଫ ଲାଇନ ଅପ ହୋଇ ରହିଛି । ଶେଷଥର ପାଇଁ ତାଙ୍କୁ ଭୁଲ ଭୁଲେୟାଁ ୩ରେ ଦେଖିବାକୁ ମିଳିଥିଲା । ଏହାପରେ ଆଗକୁ ତାଙ୍କୁ ଧର୍ମା ପ୍ରଡକସନ୍ ହାଉସର କମେଡି ଡ୍ରାମା ନାଗଜିଲ୍ଲାରେ ଦେଖିବାକୁ ମିଳିବ । ଯାହାର ପୋଷ୍ଟର ସୁଟିଂରେ ବର୍ତ୍ତମାନ କାର୍ତ୍ତିକ ବ୍ୟସ୍ତ ଅଛନ୍ତି । ଫିଲ୍ମଟି ଅଗଷ୍ଟ ୨୦୨୬ରେ ପରଦାକୁ ଆସିବାନେଇ ଯୋଜନା କରାଯାଇଛି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ମିର୍ଗଦିପ ସିଂ ଲାମ୍ବା ସମ୍ଭାଳିଛନ୍ତି । ଫିଲ୍ମଟି ନାଗଲୋକ ଉପରେ ଆଧାରିତ ହୋଇଛି ବୋଲି ଜଣା ପଡିଛି । ସେହିଭଳି କାର୍ତ୍ତିକଙ୍କୁ ‘ତୁ ମେରି ମେ ତେରା ମେ ତେରା ତୁ ମେରି’ରେ ମଧ୍ୟ ଦେଖିବାକୁ ମିଳୁଛି । ଯେଉଁଥିରେ ସେ ଅନନ୍ୟା ପାଣ୍ଡେଙ୍କ ସହିତ ସ୍କ୍ରିନ ସେୟାର କରିଛନ୍ତି ।




