କାର୍ତ୍ତିକ କରିଥିଲେ ରିଜେକ୍ଟ

କାର୍ତ୍ତିକ କରିଥିଲେ ରିଜେକ୍ଟ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଫ୍ରେସ ଚେହେରା ଦେବ ମାଇଲେଜ

ପ୍ରତିଷ୍ଠିତ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରିୟଦର୍ଶନ ନିକଟରେ ଏକ ସାକ୍ଷାତକାରରେ ଅଭିନେତା କାର୍ତ୍ତିକ ଆରିଅନଙ୍କ ସହ କାମ କରିବାକୁ ନେଇ ଏକ ବଡ଼ ଷ୍ଟେଟମେଣ୍ଟ ଦେଇଛନ୍ତି । ହଙ୍ଗାମା-୨ପାଇଁ ସେ କାର୍ତ୍ତିକଙ୍କୁ ଅଫର ଦେଇଥିଲେ ମଧ୍ୟ ଅଭିନେତା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ପ୍ରିୟଦର୍ଶନ ମତ ଦେଇଛନ୍ତି । ତେବେ କେବଳ କାର୍ତ୍ତିକ ନୁହଁନ୍ତି, ବରଂ ଆୟୁଷ୍ମାନ ଖୁରାନା ଓ ସିଦ୍ଧାର୍ଥ ମାଲହୋତ୍ରା ମଧ୍ୟ ଏହି ପ୍ରୋଜେକ୍ଟକୁ ମନା କରିଥିଲେ । ଏହାପରେ ସେ ଅକ୍ଷୟ ଖାନା ଓ ମିଜାନା ଜାଫରିଙ୍କୁ ନେଇ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ କରିଥିଲେ । ଫିଲ୍ମଟି ଦର୍ଶକଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଥିଲା ।  ପ୍ରିୟଦର୍ଶନ ଏବେ ଅକ୍ଷୟ କୁମାରଙ୍କ ସହ ତାଙ୍କର ଆଗାମୀ ହରର-କମେଡି ଫିଲ୍ମ ଭୂତ ବଙ୍ଗଳାପାଇଁ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମଟି ୧୦ ଏପ୍ରିଲ ୨୦୨୬ରେ ମୁକ୍ତିଲାଭ କରିବାକୁ ଯାଉଛି ଏବଂ ଏହି ଯୋଡ଼ି ପ୍ରାୟ ୧୪ ବର୍ଷ ପରେ ପୁଣି ଥରେ ପରଦାକୁ ଫେରୁଥିବାରୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି ।

ସମ୍ବନ୍ଧିତ ଖବର ବ୍ୟସ୍ତ ଅଛନ୍ତି ଟାଇଗର

Tags: