କରିସ୍ମାଙ୍କ ଚେତାବନୀ

କରିସ୍ମାଙ୍କ ଚେତାବନୀ
Ipsita Picture
By: Ipsita
Published On

 

ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କରିସ୍ମା କପୁର ନିକଟରେ ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସରସେଟ୍ରେ ପାପରାଜିଙ୍କୁ ଅଯଥା ଜୁମ୍ କରି ଫଟୋ ବା ଭିଡିଓ ନଉଠାଇବାକୁ ଚେତାବନୀ ଦେଇଛନ୍ତି । ଶୋର ସୁଟିଂ ସମୟରେ ଅନ୍ୟ ବିଚାରକଙ୍କ ସହ ପୋଜ୍ ଦେବା ପରେ ସେ କ୍ୟାମେରାମ୍ୟାନଙ୍କୁ ଅଧିକ ଜୁମ୍ କରନ୍ତୁ ନାହିଁବୋଲି ସ୍ପଷ୍ଟ ଭାବେ କହିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବହୁଳ ଭାବେ ସମର୍ଥନ କରିବା ସହ ଏହାକୁ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ସମ୍ମାନର ବିଷୟ ବୋଲି ମତ ଦେଇଛନ୍ତି । ସୂଚନା ଅନୁସାରେ ଆସନ୍ତା ମେ୯ ତାରିଖରୁ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ପ୍ରସାରିତ ହେବାକୁ ଥିବା ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ସିଜନ୍-୫ରେ କରିସ୍ମା ଜଣେ ବିଚାରକ ଭାବେ ନଜର ଆସିବେ । ସେହିଭଳି ପୁଣିଥରେ କରିସ୍ମା ପରଦାକୁ ଫେରୁଥିବାରୁ ତାଙ୍କ ଫ୍ୟାନମାନେ ଖୁବ ଖୁସି ଥିବା ଦେଖିବାକୁ ମିଳୁଛି ।

Tags: