ଚର୍ଚ୍ଚାରେ କରିସ୍ମା
ନିକଟରେ ସୋସିଆଲ ମିଡିଆରେ ଅକ୍ଷୟ ଖାନା ଖୁବ ଚର୍ଚ୍ଚାରେ ଅଛନ୍ତି । ନିଜ ଫିଲ୍ମ ଧୁରନ୍ଧର ପାଇଁଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଅଭିନେତା । ଅକ୍ଷୟଙ୍କର ଫିଲ୍ମର ଗୋଟିଏ ଗୀତ ରହିଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଟ୍ରେଣ୍ଡ କରୁଛି । ତେବେ ଏହାପରେ ସୋସିଆଲ ମିଡିଆରେ ଅକ୍ଷୟଙ୍କର ପୁରୁଣା ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ତାଲିକାରେ ସାମିଲ ହୋଇଛି ଏକ ଭିଡିଓ ଯେଉଁଥିରେ କରିସ୍ମାକପୁରଙ୍କୁ ଦେଖିବାକୁ ମିଳୁଛି । ଏହାପରେ ବର୍ତ୍ତମାନ ଅକ୍ଷୟଙ୍କ ସହିତ କରିସ୍ମା ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି । ଭିଡିଓଟି କରିସ୍ମାଙ୍କ ବିବାହ ସମୟର, ଯେଉଁଥିରେ ଅକ୍ଷୟ କରିସ୍ମାଙ୍କ ହାତକୁ ଗେଲ କରି ତାଙ୍କୁ ବିବାହର ଶୁଭେଚ୍ଛା ଦେଉଥିବାର ଦେଖିବାକୁ ମିଳୁଛି । ଭିଡିଓରେ ଅକ୍ଷୟଙ୍କ ଭାଇ ରାହୁଲ ଖାନା ମଧ୍ୟ ଉପସ୍ଥିତ ଅଛନ୍ତି । ନବେଦଶକରେ ଉଭୟଙ୍କ ବିବାହକୁ ନେଇ ହୋଇଥିବା ଆଲୋଚନାକୁ ଏହା ଖୋରାକ ଯୋଗାଇଛି । ଉଭୟଙ୍କ ଡେଟିଂକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି । ତେବେ ଏହା ଖୁବ ପୁରୁଣା ଆଲୋଚନା ବର୍ତ୍ତମାନ ଉଭୟ ନିଜନିଜ ଜୀବନରେ ଆଗକୁ ବଢିସାରିଛନ୍ତି ।




