ଫେରିବେ କରିଶ୍ମା
ନବେ ଦଶକର ଆଗଧାଡ଼ିର ନାୟିକା ମଧ୍ୟରେ ଗଣାଯାଆନ୍ତି କରିଶ୍ମା କପୁର । ନିଜର ଜୀବନ୍ତ ଅଭିନୟ ସାଙ୍ଗକୁ ଚୁଲବୁଲି ଅନ୍ଦାଜ ପାଇଁ ସେ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ରାଜା ହିନ୍ଦୁସ୍ତାନୀ, ହମ୍ ସାଥ୍ ସାଥ୍ ହେ,ଦୁଲହନ ହମ୍ ଲେଯାଏଁଗେ, ହିରୋ ନଂ ୧, ଫିଜା ଆଦି ଭଳି ଏକାଧିକ ଫିଲ୍ମରେ ସେ ତାଙ୍କ ଅଭନୟର ଯାଦୁରେ ଦର୍ଶକଙ୍କୁ ଦିୱାନା କରିଦେଇଥିଲେ । ହେଲେ ୯୦ ଦଶକର ଏହି ଟାଲେଣ୍ଟେଡ୍ ଆକେଫ୍ରସ୍ଜଣକ ସୁନେଲି ପରଦାରୁ […]
ନବେ ଦଶକର ଆଗଧାଡ଼ିର ନାୟିକା ମଧ୍ୟରେ ଗଣାଯାଆନ୍ତି କରିଶ୍ମା କପୁର । ନିଜର ଜୀବନ୍ତ ଅଭିନୟ ସାଙ୍ଗକୁ ଚୁଲବୁଲି ଅନ୍ଦାଜ ପାଇଁ ସେ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ରାଜା ହିନ୍ଦୁସ୍ତାନୀ, ହମ୍ ସାଥ୍ ସାଥ୍ ହେ,ଦୁଲହନ ହମ୍ ଲେଯାଏଁଗେ, ହିରୋ ନଂ ୧, ଫିଜା ଆଦି ଭଳି ଏକାଧିକ ଫିଲ୍ମରେ ସେ ତାଙ୍କ ଅଭନୟର ଯାଦୁରେ ଦର୍ଶକଙ୍କୁ ଦିୱାନା କରିଦେଇଥିଲେ । ହେଲେ ୯୦ ଦଶକର ଏହି ଟାଲେଣ୍ଟେଡ୍ ଆକେଫ୍ରସ୍ଜଣକ ସୁନେଲି ପରଦାରୁ ଏକପ୍ରକାରର ନିଜକୁ ଦୂରେଇ ରଖିଥିଲେ । ହେଲେ କରିଶ୍ମାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିଖବର । ଦୀର୍ଘ ବର୍ଷ ପରେ ସେ ପୁନଶ୍ଚ ଆକଫିଂ ଇଣ୍ଡଷ୍ଟ୍ରିରେ କମ୍ବ୍ୟାକ୍ କରିବାକୁ ଯାଉଛନ୍ତି । ଜି ଷ୍ଟୁଡିଓ ବ୍ୟାନର୍ରେ ନିର୍ମିତ େୱବ୍ସିରିଜ୍ ‘ବ୍ରାଉନ୍’ ଜରିଆରେ ସେ ଆଗକୁ ଧମାଲ୍ କରିବେ । ଅଭିନୟ ଦେଓଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ସିରିଜ୍ରେ କରିଶ୍ମାଙ୍କ ବ୍ୟତୀତ ସୂରିଆ ଶର୍ମା, ସୋନି ରାଜଦାନ୍ ପ୍ରମୁଖ ଲିଡ୍ରେ ନଜର ଆସିବେ । ସିରିଜ୍ଟି ଆସନ୍ତା ଫେବୃଆରୀରେ ଜି୫ରେ ଷ୍ଟ୍ରିମିଂ କରିବ ବୋଲି ଶୁଣିବାକୁ ମିଳୁଛି ।




