କ୍ରାଇମ ଥ୍ରିଲରରେ କରୀନା
କରୀନା କପୁରଙ୍କୁ ଆଗକୁ ଏକ କ୍ରାଇମ ଥ୍ରିଲର ଫିଲ୍ମରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ତାଙ୍କ ସହିତ ପୃଥୀରାଜ ସୁକୁମାରନ ସ୍କ୍ରିନ ସେୟାର କରିବେ ବୋଲି ସୂଚନା ମିଳିଛି । ସୁକୁମାରନଙ୍କ ସହିତ କରୀନାଙ୍କର ଏହା ହେଉଛି ତାଙ୍କର ପ୍ରଥମ ଫିଲ୍ମ । ଉଭୟ ମେଘା ଗୁଲଜାରଙ୍କ ଫିଲ୍ମରେ ଏକାଠି ନଜର ଆସିବେ ବୋଲି ସୂଚନା ମିଳିଛି । କରୀନା ଏନେଇ ସୋସିଆଲ ମିଡିଆରେ ସୂଚନା ଦେବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି […]
କରୀନା କପୁରଙ୍କୁ ଆଗକୁ ଏକ କ୍ରାଇମ ଥ୍ରିଲର ଫିଲ୍ମରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ତାଙ୍କ ସହିତ ପୃଥୀରାଜ ସୁକୁମାରନ ସ୍କ୍ରିନ ସେୟାର କରିବେ ବୋଲି ସୂଚନା ମିଳିଛି । ସୁକୁମାରନଙ୍କ ସହିତ କରୀନାଙ୍କର ଏହା ହେଉଛି ତାଙ୍କର ପ୍ରଥମ ଫିଲ୍ମ । ଉଭୟ ମେଘା ଗୁଲଜାରଙ୍କ ଫିଲ୍ମରେ ଏକାଠି ନଜର ଆସିବେ ବୋଲି ସୂଚନା ମିଳିଛି । କରୀନା ଏନେଇ ସୋସିଆଲ ମିଡିଆରେ ସୂଚନା ଦେବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଦର୍ଶକ ସୁକୁମାରନଙ୍କ ସହିତ କରୀନାଙ୍କୁ ଦେଖିବାକୁ ଖୁବ ଉତ୍ସାହିତ ଅଛନ୍ତି । ସେହିଭଳି ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଏହାର କ୍ରୁ ମେମ୍ବର ମତ ଦେଇଛନ୍ତି । ଉଭୟଙ୍କ ଅନ୍ ସ୍କ୍ରିନ କେମେଷ୍ଟ୍ରୀକୁ ସମସ୍ତେ ପସନ୍ଦ କରିବେ ବୋଲି ମେକର୍ସ ଆଶା ରଖିଛନ୍ତି ।




