ବଢୁଛି କରୀନାଙ୍କ ଅସନ୍ତୋଷ
ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି ଆମୀର ଖାନ, ଆର ମାଧବନ ଏବଂ ଶର୍ମାନ ଯୋଶୀଙ୍କ ହିଟ୍ ଫିଲ୍ମ ‘ଥ୍ରୀ ଡିଅଟସ୍’I ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ସୁପର ହିଟ୍ ଫିଲ୍ମ ‘ଥ୍ରୀ ଇଡିଅଟସ୍’ ବକ୍ସ ଅଫିସ୍ରେ ଏକ ବ୍ଲକ୍ବଷ୍ଟର ଫିଲ୍ମ ହୋଇପାରିଥିଲା । ଯୁବବର୍ଗଙ୍କ ମଧ୍ୟରେ ଏହି ଫିଲ୍ମ ବେଶ୍ ଲୋକପ୍ରିୟତା ପାଇଥିଲା । ଏଥିରେ ଅଭିନେତା ଅମୀର ଖାନ୍, ସରମନ୍ ଜୋଶୀ, ଆର୍.ମାଧବନ ଙ୍କ ବ୍ୟତୀତ ଅଭିନେତ୍ରୀ କରୀନା କପୁର, ଅଭିନେତା ଜାଭେଦ ଜେଫରୀ […]
ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି ଆମୀର ଖାନ, ଆର ମାଧବନ ଏବଂ ଶର୍ମାନ ଯୋଶୀଙ୍କ ହିଟ୍ ଫିଲ୍ମ ‘ଥ୍ରୀ ଡିଅଟସ୍’I ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ସୁପର ହିଟ୍ ଫିଲ୍ମ ‘ଥ୍ରୀ ଇଡିଅଟସ୍’ ବକ୍ସ ଅଫିସ୍ରେ ଏକ ବ୍ଲକ୍ବଷ୍ଟର ଫିଲ୍ମ ହୋଇପାରିଥିଲା । ଯୁବବର୍ଗଙ୍କ ମଧ୍ୟରେ ଏହି ଫିଲ୍ମ ବେଶ୍ ଲୋକପ୍ରିୟତା ପାଇଥିଲା । ଏଥିରେ ଅଭିନେତା ଅମୀର ଖାନ୍, ସରମନ୍ ଜୋଶୀ, ଆର୍.ମାଧବନ ଙ୍କ ବ୍ୟତୀତ ଅଭିନେତ୍ରୀ କରୀନା କପୁର, ଅଭିନେତା ଜାଭେଦ ଜେଫରୀ ଏବଂ ବୋମନ ଇରାନୀ ପ୍ରମୁଖ ଅଭିନୟ କରିଥିଲେ । ଏହିପରିକି ଆଜି ମଧ୍ୟ ଜାପାନ, ଚୀନ୍ ଭଳି କେତେକ ଦେଶର ଫିଲ୍ମ ହଲ୍ରେ ଥ୍ରୀ ଇଡିଅଟସ୍ ଫିଲ୍ମ ଚାଲୁଛି । ତେବେ ଖୁବ୍ ଶିଘ୍ର ଏହି ଫିଲ୍ମର ସିକେ୍ୱଲ ଆସିପାରେ ବୋଲି ଖବର ମିଳିଛି । ଆଉ ଏହି ଖବର ଶୁଣିବା ପରେ ବଢିଛି ଅଭିନେତ୍ରୀ କରୀନା ଅସନ୍ତୋଷ । କାରଣ କରୀନାଙ୍କ ଅଜାଣତରେ ଏହି ଖବର ଗଣମାଧ୍ୟମରେ ଆଗୁଆ ପ୍ରସାରିତ ହୋଇଛି । କରୀନା ଥ୍ରୀ ଇଡିଅଟସ୍ ଫିଲ୍ମରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିବାରୁ, ତାଙ୍କୁ ସିକେ୍ୱଲ ବିଷୟରେ ଜଣାଇ ନଥିବା ବୋଲି ସେ ଅଭିଯୋଗ କହିଛନ୍ତି । ଏନେଇ ସେ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟରେ ସେ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ଅମୀର, ମାଧବନ ଏବଂ ସରମନ୍ ତିନି ଜଣ ଏକାଠି ଏକ ପ୍ରେସ୍ କନ୍ଫେରେନ୍ସରେ ଉପସ୍ଥିତ ରହିଛନ୍ତି । ଏହି ଫଟୋ ଉପରେ କରୀନା ନିଜ ପ୍ରତିକ୍ରିୟା ଦେଇ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଖୁବ୍ ରାଗି ଥିବା ନଜର ଆସୁଛି । ସେ କହିଛନ୍ତି, ମୁଁ ଛୁଟିରେ ଯାଇଥିବା ସମୟରେ ଏକ ଖବର ଜାଣିଲି । ଏହି ତିନିଜଣ ଏକାଠି ହୋଇ କିଛି କରୁଛନ୍ତି । ସାମ୍ବାଦିକ ସମ୍ମିଳନୀର କ୍ଲିପ୍ ଭାଇରାଲ ହେଉଛି । ସେମାନେ ଆମକୁ କିଛି ଲୁଚାଉଛନ୍ତି । ମୁଁ ଭାବୁଛି ସେମାନେ ଏକ ସିକେ ୍ୱଲ ଯୋଜନା କରୁଛନ୍ତି । କିନ୍ତୁ ଏହା ମୋ ବିନା ଅନୁମତିରେ ହେଉଛି ? ମୁଁ ଭାବୁନାହିଁ ଯେ ବୋମନ ଏହି ବିଷୟରେ ଜାଣିଛନ୍ତି ।

ସେହିପରି ସର୍ବଦା ନିଜର ଖୁସମିଜାଜ ଅନ୍ଦାଜ ପାଇଁ ଜଣା ଯାଉଥିବା ଅଭିନେତା ଜାଭେଦ ଜାଫ୍ରି ମଧ୍ୟ ଏହି ଫିଲ୍ମ ସମ୍ପର୍କିତ ଏକ ଭିଡିଓ ଜାରି କରି ନିଜର ପ୍ରତିକ୍ରିୟା ଦେଇଛନ୍ତି I ଯାହାକି ସୋସାଲ ମିଡିଆରେ ଭାଇରାଲ ହେଉଥିବାର ଦେଖା ଯାଉଛି I ଭିଡିଓରେ ସେ କହିଛନ୍ତି ସାଧାରଣତଃ ମୁଁ ଏସବୁ କରେ ନାହିଁ, କିନ୍ତୁ ମୋତେ ଖରାପ ଲାଗିଲା କି ସିନେମାରେ ମୁଁ ମୂଳ ରାଞ୍ଚୋ ଥିଲି ତେବେ ବିନା ରାଞ୍ଚୋ କୁ ଜଣାଇ ‘ଥ୍ରୀ ଡିଅଟସ୍’ର ପାର୍ଟ ୨କରାଯାଉଛି I
କେବଳ ଏତିକି ନୁହେଁ, ଅଭିନେତ୍ରୀ ମୋନା ସିଂ ମଧ୍ୟ ( କରୀନା କପୁରଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ) ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି I ସେ ଏକ ଭିଡିଓ ସେୟାର କରି ଫିଲ୍ମର ସୁଟିଂ କେବେ ହୋଇଥିଲା ବୋଲି ପଚାରିଛନ୍ତି । ସେ କହିଛନ୍ତି “ମୁଁ ଦୁଇ ବର୍ଷ ଧରି ଆମିର ଖାନ ସାରଙ୍କ ସହ ଲାଲ ସିଂ ଚଢ଼ାରେ ସୁଟିଂ କରୁଥିଲି। କିନ୍ତୁ ସେ ‘ଥ୍ରୀ ଇଡିଅଟସ୍’ର ସିକ୍ୱେଲ ବିଷୟରେ କିଛି କହି ନାହାନ୍ତି I କ୍ଲାଇମାକ୍ସରେ ମୁଁ ଏକ ସନ୍ତାନ ଜନ୍ମ ଦେଲି I ମୁଁ ସିକ୍ୱେଲରେ ରହିବା କଥା I ଏଥିପାଇଁ ମୁଁ ବହୁତ ଦୁଃଖିତ I ଯାହା ହେଲା କିଛି ଭଲ ହେଲା ନାହିଁ I




