ଆସିବକି କରଣ ଅର୍ଜୁନ ସିକୁଏଲ !
By: Ipsita
ଶାହରୁଖ ଓ ସଲମାନଙ୍କ ଯୋଡିକୁ ସମସ୍ତେ ଅନ୍ସ୍କ୍ରିନ ଓ ଅଫସ୍କ୍ରିନ ଉଭୟ ସ୍ଥାନରେ ଖୁବ ଭଲ ପାଇବା ଦେଇଥାଆନ୍ତି । ଦୁଇଜଣଙ୍କର ସ୍କ୍ରିନରେ ଏକ ଭିନ୍ନ କେମେଷ୍ଟ୍ରୀ ଦେଖିବାକୁ ମିଳିଥାଏ । ତେବେ ନିକଟରେ ଉଭୟଙ୍କର ଏକ ଡ୍ୟାନ୍ସ ଭିଡିଓ ଖୁବ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଘୁରିବୁଲୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଥିବା ଉଭୟଙ୍କର କେମେଷ୍ଟ୍ରୀକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଆଗକୁ କରଣ ଅର୍ଜୁନର ସିକୁଏଲ ଆଣିବାକୁ ଦର୍ଶକମାନେ ମେକର୍ସଙ୍କୁ ଅନୁରୋଧ କରୁଛନ୍ତି । ଉଭୟଙ୍କୁ ପରଦାରେ ଦେଖିବାକୁ ସେମାନେ ଖୁବ ଆଗ୍ରହ ପ୍ରକାଶ କରିଛନ୍ତି । ଦେଖିବାକୁ ବାକି ରହିଲା ସୋସିଆଲ ମିଡିଆରେ ଦର୍ଶକଙ୍କ ଏହି ଡିମାଣ୍ଡକୁ କିଭଳି ନେଉଛନ୍ତି । ସେହିଭଳି ଉଭୟ ବର୍ତ୍ତମାନ ନିଜ ନିଜର ପ୍ରୋଜେକଫ ପାଇଁ ଖୁବ ବ୍ୟସ୍ତ ଅଛନ୍ତି । ଶାହରୁଖ ଖାନ୍ ନିଜ ଝିଅ ସୁହାନାଙ୍କୁ ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଥିବାବେଳେ ସଲମାନ ନିଜର ଅପକମିଂ ଫିଲ୍ମରେ ବ୍ୟସ୍ତ ଅଛନ୍ତି ।
Read More ମହାରାଣୀଙ୍କ କମବ୍ୟାକ
Tags: karan arjun sequel


