ଜାଣନ୍ତୁ କାହିଁକି କପିଲଙ୍କ ଶୋ ଛାଡିଥିଲେ ପିଙ୍କି ବୁଆ

ନୂଆଦିଲ୍ଲୀ: ଜୁଲାଇ ୦୨: କମେଡି ଶୋ କହିଲେ ବର୍ତ୍ତମାନ ଭାରତରେ ଏକ ମାତ୍ର ହିଟ୍‌ ଶୋ ସାମ୍ନାକୁ ଆସେ, କପିଲ ଶର୍ମା ଶୋ । ତେବେ ଏହି ଶୋରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ପୁରୁଣା ଅଭିନେତାଙ୍କୁ ଦେଖିବାକୁ ମିଳୁଥିବାବେଳେ ଅନେକ କଳାକାର ଶୋ ଛାଡିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଉପସାନା ସିଂ, ଯିଏ କି ପିଙ୍କି ବୁଆ ଭୂମିକାରେ ବହୁ ବର୍ଷ ଧରି ଅଭିନୟ କରିଥିଲେ । କି;ୁ ହଠାତ ସେ ଶୋ ଛାଡିବାକୁ […]

Samaya Live Picture
Published On

ନୂଆଦିଲ୍ଲୀ: ଜୁଲାଇ ୦୨: କମେଡି ଶୋ କହିଲେ ବର୍ତ୍ତମାନ ଭାରତରେ ଏକ ମାତ୍ର ହିଟ୍‌ ଶୋ ସାମ୍ନାକୁ ଆସେ, କପିଲ ଶର୍ମା ଶୋ । ତେବେ ଏହି ଶୋରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ପୁରୁଣା ଅଭିନେତାଙ୍କୁ ଦେଖିବାକୁ ମିଳୁଥିବାବେଳେ ଅନେକ କଳାକାର ଶୋ ଛାଡିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଉପସାନା ସିଂ, ଯିଏ କି ପିଙ୍କି ବୁଆ ଭୂମିକାରେ ବହୁ ବର୍ଷ ଧରି ଅଭିନୟ କରିଥିଲେ । କି;ୁ ହଠାତ ସେ ଶୋ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ସେତେବେଳେ ସେ ଏହାର କୌଣସି କାରଣ କହିନଥିଲେ । ଏବେ ସେ ଏହା ପଛର କାରଣ କହିଛନ୍ତି । ନିକଟରେ ଉପାସନା ସିଂ ଏକ ସାକ୍ଷାତକାରରେ କହିଛନ୍ତି କି ସେ ଏହି ଶୋ ରୁ ବହୁତ ଟଙ୍କା ପାଉଥିଲେ ସତ । କି;ୁ ସ;ୁଷ୍ଟି ପାଉନଥିଲେ । ଏକ ସମୟରେ ସ;ୁଷ୍ଟତା ଟଙ୍କା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସେ ସମାନ ଚରିତ୍ରରେ ଅଭିନୟ କରି କରି ବିରକ୍ତ ହୋଇଯାଇଛନ୍ତି, ସେ ଏହାକୁ ଉପଭୋଗ କରିପାରୁନଥିଲେ । ସେ ଏହା ବିଷୟରେ ନିର୍ମାତାଙ୍କୁ ମଧ୍ୟ କହିଥିଲେ ଯେ, ତାଙ୍କୁ ଏପରି ଚରିତ୍ର ଦିଆଯିବା ଉଚିତ ଯାହାକୁ କେହି କରିପାରିବେ ନାହିଁ । ତାଙ୍କ କହିବାନୁସାରେ- ମୁଁ ଅଢେଇ ବର୍ଷ ଧରି କପିଲ ଶୋ କରିଥିଲି, ମୁଁ ଭଲ ଟଙ୍କା ପାଉଥିଲି, କି;ୁ ମୁଁ କପିଲଙ୍କୁ କହିଥିଲି ଯେ ଏଠାରେ ମୋ ପାଇଁ କିଛି ନୂଆ କଥା ନାହିଁ । ମୋତେ କିଛି ଅଲଗା ଦିଅ, ଏଥିରେ କିଛି ମଜା ଆସୁନାହିଁ । ଶୋ ଛାଡିବା ସମୟରେ ମୁଁ କପିଲଙ୍କୁ କହିଥିଲି ଯେ ଯେତେବେଳେ ମୋ ପାଇଁ କିଛି ଇଣ୍ଟ୍ରେଷ୍ଟିଙ୍ଗ ଆସିବ ସେତେବେଳେ ମୋତେ ଶୋକୁ ଡାକିବ ।