ପଦ୍ମଶ୍ରୀ ପାଇଁ ମନୋନୀତ ହେବା ପରେ କଙ୍ଗନାଙ୍କୁ ଏପରି କହିଲେ କରଣ ଜୋହର

ସମୟ ଲାଇଭ,୨୯/୧: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ସଫଳତାର ଶୀର୍ଷ ଦେଶରେ ପହଞ୍ଚିଛନ୍ତି। ସେହିପରି ସାଧାରଣତନ୍ତ୍ର ଦିବସ ପୂର୍ବ ଦିନ ପଦ୍ମଶ୍ରୀରେ ସମ୍ମାନିତ କରିବା ପାଇଁ ଏହି ଅଭୀନେତ୍ରୀଙ୍କୁ ମନୋନୀତ କରିଛନ୍ତି କେନ୍ଦ୍ର ସରକାର। ତେବେ ଏହି ସମ୍ମାନ ପାଇଁ କଙ୍ଗନାଙ୍କ ବ୍ୟତୀତ କରଣ ଜୋହର ଓ ଏକତା କପୁରଙ୍କୁ ମଧ୍ୟ ମନୋନୀତ କରାଯାଇଛଇ। ଏ ଅବସରରେ ସମସ୍ତେ ପରସ୍ପରକୁ ଅଭନନ୍ଦନ ଜଣାଇଛନ୍ତି। ଏକ ସାକ୍ଷାତକାରରେ ଯୋଗ ଦେବା ଅବସରରେ କରଣ କଙ୍ଗନାଙ୍କୁ ଅଭିନନ୍ଦନ ଜଣାଇବା […]

Samaya Live Picture
Published On

ସମୟ ଲାଇଭ,୨୯/୧: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ସଫଳତାର ଶୀର୍ଷ ଦେଶରେ ପହଞ୍ଚିଛନ୍ତି। ସେହିପରି ସାଧାରଣତନ୍ତ୍ର ଦିବସ ପୂର୍ବ ଦିନ ପଦ୍ମଶ୍ରୀରେ ସମ୍ମାନିତ କରିବା ପାଇଁ ଏହି ଅଭୀନେତ୍ରୀଙ୍କୁ ମନୋନୀତ କରିଛନ୍ତି କେନ୍ଦ୍ର ସରକାର। ତେବେ ଏହି ସମ୍ମାନ ପାଇଁ କଙ୍ଗନାଙ୍କ ବ୍ୟତୀତ କରଣ ଜୋହର ଓ ଏକତା କପୁରଙ୍କୁ ମଧ୍ୟ ମନୋନୀତ କରାଯାଇଛଇ। ଏ ଅବସରରେ ସମସ୍ତେ ପରସ୍ପରକୁ ଅଭନନ୍ଦନ ଜଣାଇଛନ୍ତି। ଏକ ସାକ୍ଷାତକାରରେ ଯୋଗ ଦେବା ଅବସରରେ କରଣ କଙ୍ଗନାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଖୁବ୍‍ ପ୍ରଶଂସା କରିଛନ୍ତି।
ସେ କହିଛନ୍ତି କଙ୍ଗନା ନିଜ ଅଭିନୟ ସହ ନିଜକୁ ମଧ୍ୟ ପ୍ରମାଣିତ କରିପାରିଛନ୍ତି। ତେଣୁ ସେ ଏହି ସମ୍ମାନର ହକଦାର ଅଟନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କଙ୍ଗନାଙ୍କ ସହ ତାଙ୍କର ସମ୍ପର୍କ ଯେପରି ବି ହେଉ ନା କାହିଁ କି ସେ ଆଗାମୀ ଦିନରେ କୌଣସି ଫିଲ୍ମରେ କଙ୍ଗନାଙ୍କୁ ନେବାକୁ ପସନ୍ଦ କରିବେ।
ର୍ସୂଚନା ଥାଉ କଙ୍ଗନା ଓ କରଣଙ୍କ ମଧ୍ୟରେ ଅନେକଥର ବିବାଦ ଉପୁଜିଛି।
ତେବେ ବଲିଉଡ଼ ଦର୍ଶକମାନେ ଜାଣିବା ଜରୁରୀ ଯେ, ଏକତା କପୁର, କରଣ ଜୋହର, କଙ୍ଗନାଙ୍କ ବ୍ୟତୀତ ଅଦନାନ ସାମୀ, ସୁରେଶ ୱାଡ଼େକର, ଅଭିନେତ୍ରୀ ସରୀତା ଯୋଶୀଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି।

Tags: