ଫେରିଲେ କଙ୍ଗନା
By: Ipsita
ସମ୍ବନ୍ଧିତ ଖବର ଜାନୁଆରୀ ୨୫ ରୁ ଖଣ୍ଡଗିରି ମେଳା
ସେଟକୁ ଫେରିଛନ୍ତି ବଲିଉଡ କୁଇନ୍ କଙ୍ଗନା ରାଣାୱତ । ଯାହାର ସୂଚନା ନିଜେ କଙ୍ଗନା ସୋସିଆଲ ମିଡିଆରେ ଦେଇଛନ୍ତି । ଫିଲ୍ମ ଭାରତ ଭାଗ୍ୟ ବିଧାତା ସେଟରୁ ଏକ ଭିଡିଓ ପୋଷ୍ଟ କରି କଙ୍ଗନା ଏହି ଖବର ନିଜ ଫ୍ୟାନମାନଙ୍କ ସହିତ ସେୟାର କରିଛନ୍ତି । ଏହାସହ ସେ ସେଟକୁ ଫେରିଥିବାରୁ ଖୁବ ଖୁସିଥିବା ମଧ୍ୟ ପ୍ରକାଶ କରିଛନ୍ତି । ଫିଲ୍ମଟିକୁ କଙ୍ଗନାଙ୍କର ନିଜସ୍ବ ପ୍ରଯୋଜନା ସଂସ୍ଥା ମଣିକର୍ଣ୍ଣିକା ପକ୍ଷରୁ ନିର୍ମାଣ କରାଯାଉଛି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ମନୋଜ ତାପଡିଆ ତୂଲାଇଛନ୍ତି । ୨୦୨୪ରେ ଏହି ଫିଲ୍ମର ଘୋଷଣା କଙ୍ଗନା ନିଜେ କରିଥିଲେ । ଫିଲ୍ମରେ ଦର୍ଶକ କଙ୍ଗନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ । ଏହି ଫିଲ୍ମ ବ୍ୟତିତ କଙ୍ଗନାଙ୍କୁ ତନୁ ୱେଡ୍ସ ମେନ୍ୟୁ ୩ ଏବଂ ସୀତା ଦି ଇନ୍କୋନେର୍ସନ ଭଳି ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । କଙ୍ଗନାଙ୍କ ଫ୍ୟାନ ଏହି ଖବର ଜାଣିବା ପରେ ଖୁବ ଖୁସି ଅଛନ୍ତି । ନିଜ ପ୍ରିୟ ହିରୋଇନଙ୍କୁ ପରଦାରେ ଦେଖିବାକୁ ସେ ଖୁବ ଉତ୍ସାହିତ ହୋଇ ଅପେକ୍ଷା କରିଛନ୍ତି ।
ସମ୍ବନ୍ଧିତ ଖବର ଏକ୍ସପ୍ଲୋର କରିବାକୁ ରହିଛି ଇଚ୍ଛା
Tags:



