ଆଇନ୍‍ ଘେରରେ ଛନ୍ଦିହେଲେ କଙ୍ଗନା

ସମୟ ଲାଇଭ୍‍,୨୯/୧୧: ବଲିଉଡ଼୍‍ କୁଇନ୍‍ କଙ୍ଗନା ରଣାୱତ୍‍ ତାଙ୍କ ଆଗମୀ ଫିଲ୍ମ ‘ଥାଲାଇବା’କୁ ନେଇ ଯଥେଷ୍ଟ ଚର୍ଚ୍ଚାରେ ଅଛନ୍ତି। ତେବେ ଫିଲ୍ମ ରିଲିଜ୍‍ ହେବା ପୂର୍ବରୁ ଆଇନ୍‍ ଘେରରେ ଛନ୍ଦି ହୋଇଯାଇଛନ୍ତି କଙ୍ଗନା। ଚଳଚ୍ଚିତ୍ରଟି ଜୟଲଳିତାଙ୍କ ବାୟୋପିକ୍‍ ହୋଇଥିବାବେଳେ ଚଳଚ୍ଚିତ୍ର ନିର୍ମାଣ ପୂର୍ବରୁ ତାଙ୍କ ପରିବାର ଠାରୁ ଅନୁମତି ନେବା ଉଚିତ୍‍ ଥିଲା ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଜୟଲଳିତାଙ୍କ ଝିଆରୀ ଦୀପା ଜୟ କୁମାର ‘ଥାଲାଇବା’ର ନିର୍ଦ୍ଦେଶକ ଏଏଲ୍‍ ବିଜୟ ଓ କଙ୍ଗନାଙ୍କ […]

Samaya Live Picture
Published On

ସମୟ ଲାଇଭ୍‍,୨୯/୧୧: ବଲିଉଡ଼୍‍ କୁଇନ୍‍ କଙ୍ଗନା ରଣାୱତ୍‍ ତାଙ୍କ ଆଗମୀ ଫିଲ୍ମ ‘ଥାଲାଇବା’କୁ ନେଇ ଯଥେଷ୍ଟ ଚର୍ଚ୍ଚାରେ ଅଛନ୍ତି। ତେବେ ଫିଲ୍ମ ରିଲିଜ୍‍ ହେବା ପୂର୍ବରୁ ଆଇନ୍‍ ଘେରରେ ଛନ୍ଦି ହୋଇଯାଇଛନ୍ତି କଙ୍ଗନା। ଚଳଚ୍ଚିତ୍ରଟି ଜୟଲଳିତାଙ୍କ ବାୟୋପିକ୍‍ ହୋଇଥିବାବେଳେ ଚଳଚ୍ଚିତ୍ର ନିର୍ମାଣ ପୂର୍ବରୁ ତାଙ୍କ ପରିବାର ଠାରୁ ଅନୁମତି ନେବା ଉଚିତ୍‍ ଥିଲା ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ଜୟଲଳିତାଙ୍କ ଝିଆରୀ ଦୀପା ଜୟ କୁମାର ‘ଥାଲାଇବା’ର ନିର୍ଦ୍ଦେଶକ ଏଏଲ୍‍ ବିଜୟ ଓ କଙ୍ଗନାଙ୍କ ବିରୋଧରେ ନ୍ୟାୟାଳୟର ଦ୍ୱାରସ୍ତ ହୋଇଛନ୍ତି। ଏପର୍ଯ୍ୟନ୍ତ ଜୟଲଳିତାଙ୍କ ଜୀବନୀ ଉପରେ ୫ଟି ଚଳଚ୍ଚିତ୍ର ନିର୍ମାଣ ହୋଇସାରିଥିବାବେଳେ କୌଣସି ନିର୍ମାତା ଜୟଲଳିତାଙ୍କ ପରିବାରଠାରୁ ଅନୁମତି ନେଇଥିବା ମଧ୍ୟ ସେ କହିଛନ୍ତି।
ସୂଚନା ଥାଉ କି, ପୂର୍ବରୁ ଏହି ଚଳଚ୍ଚିତ୍ରରେ କଙ୍ଗନାଙ୍କ ଲୁକ୍‍ କୁନେଇ ବିବାଦ ମୁଣ୍ଡ ଟେକିଥିଲା। ଞ୍ଜ

Tags: