ବଦଳି ଗଲେଣି ନ୍ୟାସା

ବଲିଉଡ୍‌ର ପାୱାର କପଲ ଅଜୟ ଦେବଗନ୍‌ ଓ କାଜୋଲଙ୍କ ତନୟା ନ୍ୟାସାଙ୍କ ପରିବର୍ତ୍ତନ ଏବେ ବଲିଉଡ୍‌ ଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚାର କାରଣ ପାଲଟିଛି । ଗତ କିଛି ଦିନ ତଳେ ଏହି ଷ୍ଟାର କିଡ୍‌ ବି ଟାଉନ୍‌ର କିଛି ପାର୍ଟିରେ ନଜର ଆସିଥିଲେ ଓ ଏହାପରେ ତାଙ୍କ ଲୁକ୍‌ ଭାଇରାଲ୍‌ ହେବାରେ ଲାଗିଛି । ସବୁଠି ଏବେ ନ୍ୟାସା ଓ ତାଙ୍କ ଟ୍ରାନ୍ସଫର୍ମେସନକୁ ନେଇ ଚର୍ଚ୍ଚା । ନ୍ୟାସାଙ୍କ ଭିଡିଓକୁ ଦେଖି […]

Samaya Live Picture
Published On

ବଲିଉଡ୍‌ର ପାୱାର କପଲ ଅଜୟ ଦେବଗନ୍‌ ଓ କାଜୋଲଙ୍କ ତନୟା ନ୍ୟାସାଙ୍କ ପରିବର୍ତ୍ତନ ଏବେ ବଲିଉଡ୍‌ ଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚାର କାରଣ ପାଲଟିଛି । ଗତ କିଛି ଦିନ ତଳେ ଏହି ଷ୍ଟାର କିଡ୍‌ ବି ଟାଉନ୍‌ର କିଛି ପାର୍ଟିରେ ନଜର ଆସିଥିଲେ ଓ ଏହାପରେ ତାଙ୍କ ଲୁକ୍‌ ଭାଇରାଲ୍‌ ହେବାରେ ଲାଗିଛି । ସବୁଠି ଏବେ ନ୍ୟାସା ଓ ତାଙ୍କ ଟ୍ରାନ୍ସଫର୍ମେସନକୁ ନେଇ ଚର୍ଚ୍ଚା ।
Kajol reveals Nysa Devgan's beauty hacks, shares secret behind daughter's stunning transformation

ନ୍ୟାସାଙ୍କ ଭିଡିଓକୁ ଦେଖି ବହୁ ୟୁଜର ତାଙ୍କ ବ୍ୟୁଟି ଟ୍ରିଟମେଣ୍ଟକୁ ନେଇ ବିଭିନ୍ନ ଅନୁମାନ ଲଗାଇଛନ୍ତି । ଏବେ କାଜୋଲ ଝିଅର ଏହି ବ୍ୟୁଟି ସିକ୍ରେଟ୍‌ ଉପରୁ ପରଦା ହଟାଇଛନ୍ତି ।
କାଜୋଲ କହିଛନ୍ତି, ନ୍ୟାସା ସୋସିଆଲ୍‌ ମିଡିଆରେ ବେଶ୍‌ ଆକଫିଭ୍‌ ରହିଥାନ୍ତି ଏବଂ ତାଙ୍କୁ ବ୍ୟୁଟି ଓ ହେଲ୍‌ଥ ବିଷୟରେ ବହୁ କଥା ଜଣାଅଛି । ନ୍ୟାସା ସପ୍ତାହରେ ତିନି ଥର ଫେସ୍‌ ମାସ୍କ ଆପ୍ଲାଏ କରିଥାନ୍ତି ଏବଂ ନିଜ ସାଙ୍ଗ ସାଥି ଓ ମାତାପିତାଙ୍କୁ ମଧ୍ୟ ଏହା ଦେଇଥାନ୍ତି । କାଜୋଲ କହିଛନ୍ତି ନ୍ୟାସା ବି ନିଜ ପିତାଙ୍କ ପରି ଫିଟନେସ୍‌କୁ ବିଶେଷ ଧ୍ୟାନ ଦେଇଥାନ୍ତି ।

Kajol reveals Nysa Devgan's beauty hacks, shares secret behind daughter's stunning transformation

ସେ ଜିମ୍‌ ପରିବର୍ତ୍ତେ ଯୋଗ ଉପରେ ବେଶୀ ବିଶ୍ୱାସ ରଖିଥାନ୍ତି । ନ୍ୟାସା ଲାଇମ୍‌ଲାଇଟ୍‌ରୁ ପ୍ରାୟତଃ ଦୂରେଇ ରହିଥାନ୍ତି କିନ୍ତୁ ଗତ କିଛି ଦିନ ଧରି ସେ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ସେ ବହୁ ବଲିଉଡ୍‌ ଇଭେଣ୍ଟସ୍‌ରେ ନଜର ଆସିଛନ୍ତି । ଏହି ସମୟରେ ତାଙ୍କର ଜବରଦସ୍ତ ଲୁକ୍ସ ମଧ୍ୟ ଚର୍ଚ୍ଚାକୁ ଆସିଛି ।

Kajol reveals Nysa Devgan's beauty hacks, shares secret behind daughter's stunning transformation

ଅନ୍ୟପଟେ କାଜୋଲ ଓ ଅଜୟ ଦେବଗନ ନ୍ୟାସାଙ୍କ ବଲିଉଡ୍‌ ଡେବ୍ୟୁକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ।