ସାମିଲ ହେଲେ ଐଶ୍

ସାମିଲ ହେଲେ ଐଶ୍
Ipsita Picture
By: Ipsita
Published On

 

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ପ୍ରସିଦ୍ଧ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାଗ ନେବାକୁ ଯାଉଛନ୍ତି । ସେ ସର୍ବଦା ଲୋରିଆଲ୍ ବ୍ରାଣ୍ଡ୍ ତରଫରୁ ଏଠାରେ ପ୍ରତିନିଧିତ୍ୱ କରନ୍ତି, କିନ୍ତୁ ଏଥର ଓପନିଙ୍ଗ ସେରେମନିରେ ଆଲିଆ ଭଟ୍ଟଙ୍କ ଉପସ୍ଥିତି ଦେଖି ଅନେକେ ଭାବୁଥିଲେ ଯେ ହେଲେ ହୁଏତ ଐଶ୍ୱର୍ଯ୍ୟା ଏଥର କାନ୍ସରେ ନଜର ଆସିବେ ନାହିଁ । ମାତ୍ର ସବୁ ଚର୍ଚ୍ଚାର ଅନ୍ତ ଘଟାଇ ସେ କାନ୍ସରେ ସାମିଲ ହେବେ ବୋଲି ଜଣା ପଡିଛି ।  ମୁମ୍ବାଇ ଏୟାରପୋର୍ଟରୁ ସାମ୍ନାକୁ ଆସିଥିବା ଏକ ଭିଡିଓରେ ସେ ଝିଅ ଆରାଧ୍ୟାଙ୍କ ସହ କଳା ରଙ୍ଗର ପୋଷାକରେ ଟ୍ୱିନିଂ କରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ସେ ଫ୍ୟାନ ଓ ପାପରାଜିଙ୍କୁ ପୋଜ ମଧ୍ୟ ଦେଇଥିଲେ । ସୂଚନାଯୋଗ୍ୟ ଯେ, ୨୦୦୨ ମସିହାରେ 'ଦେବଦାସ'ର ସ୍କ୍ରିନିଂ ସହ ହଳଦିଆ ଶାଢ଼ି ପିନ୍ଧି କାନ୍ସରେ ଡେବ୍ୟୁ କରିଥିବା ଐଶ୍ୱର୍ଯ୍ୟାଙ୍କ ଗତ ବର୍ଷର ମନୀଷ ମଲହୋତ୍ରାଙ୍କ ଡିଜାଇନ କରାଯାଇଥିବା ପାରମ୍ପରିକ ଧଳା-ସୁନେଲି ଶାଢ଼ି ଏବଂ ଗୌରବ ଗୁପ୍ତାଙ୍କ କଳା ଗାଉନ ଲୁକ୍ ବେଶ୍ ଚର୍ଚ୍ଚାରେ ଥିଲା। ଏହା ବ୍ୟତୀତ ୨୦୦୪ର ଫ୍ଲାଟ୍ ଫୁଟୱେର୍ ଲୁକ୍ ଏବଂ ପର୍ପଲ-ବ୍ଲୁ ଲିପ୍ଷ୍ଟିକ ପାଇଁ ସେ ଅନେକ ସମାଲୋଚନା ଓ ଟ୍ରୋଲିଂର ମଧ୍ୟ ସାମ୍ନା କରିଛନ୍ତି । ଏସବୁ ସତ୍ତ୍ୱେ, ଐଶ୍ୱର୍ଯ୍ୟା ଅନେକ ସମୟରେ ଏହି ବିଶ୍ବସ୍ତରୀୟ ସିନେମା ଉତ୍ସବରେ ଭାରତକୁ ଗୌରାବନୀତ କରିଛନ୍ତି । ଐଶ୍ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜ୍ୟୁରି ସଦସ୍ୟା ହେବାର ଗୌରବ ମଧ୍ୟ ହାସଲ କରିଥିଲେ । ତାଙ୍କ କାନ୍ସ ଲୁକ ଦେଖିବା ପାଇଁ ଫ୍ୟାନମାନେ ସବୁବେଳେ ଉତ୍ସାହିତ ଥାଆନ୍ତି ।

Tags: