ପୁଣି ଷ୍ଟଣ୍ଟ କରିବେ ଜାସମିନ

ପୁଣି ଷ୍ଟଣ୍ଟ କରିବେ ଜାସମିନ
Ipsita Picture
By: Ipsita
Published On

 

ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ଜାସମିନ ଭସିନ ପୁଣିଥରେ ରିଆଲିଟି ଶୋ' 'ଖତରୋଁ କେ ଖିଲାଡି'ର ନୂଆ ସିଜନରେ ନଜର ଆସିବେ ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି । ତେବେ ଏହି ଶୋ ମାଧ୍ୟମରେ ସେ ନିଜର ଭୟକୁ ସାମ୍ନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଥିବା ପ୍ରକାଶ କରିଛନ୍ତି ।  ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ନିଜ ଜୀବନର ଅଜଣା କଥା ସମ୍ପର୍କରେ ଆଲୋଚନା କରିଛନ୍ତି । ଯେଉଁଥିରେ ସେ ପ୍ରକାଶ କରିଛନ୍ତି କି ସେ ଏକ ଅତ୍ୟଧିକ ସୁରକ୍ଷିତ ପରିବେଶରେ ପାଳିତ ହୋଇଥିବାରୁ, ଏକାକୀ ରାସ୍ତା ପାର ହେବାକୁ ମଧ୍ୟ ଭୟ କରୁଥିଲେ । ମାତ୍ର ଏହି ଶୋତାଙ୍କୁ ଜଣେ ମାନସିକ ସ୍ତରରେ ଦୃଢ଼ ବ୍ୟକ୍ତିତ୍ୱ ଭାବେ ଗଢ଼ିତୋଳିଛି। ଉଚ୍ଚତା ଏବଂ ପାଣି ଭିତରେ ବିନା ଅକ୍ସିଜେନରେ ରହିବା ଭଳି ପୁରୁଣା ଭୟ ଏବେ ବି ତାଙ୍କ ମନରେ ରହିଛି । ସେ ନିଜର ପ୍ରକୃତ ସ୍ୱଭାବ ବା 'ଅନଫିଲ୍ଟର୍ଡ' ଅନ୍ଦାଜରେ ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ସିଜନରେ ଅନେକ ଅଭିଜ୍ଞ ଖେଳାଳିଙ୍କ ସହ କଡ଼ା ପ୍ରତିଯୋଗିତା ହେବାକୁ ଥିବାବେଳେ, ଜାସମିନ ହସଖୁସି ଏବଂ ସାହସର ସହିତ ପ୍ରତିଟି ଷ୍ଟଣ୍ଟକୁ ପୂରଣ କରିବାକୁ ଆଶାବାଦୀ ଅଛନ୍ତି ।

Tags: