ଜାହ୍ନବୀଙ୍କ କଟାକ୍ଷ

ଜାହ୍ନବୀଙ୍କ କଟାକ୍ଷ
Ipsita Picture
By: Ipsita
Published On

 

କଫି ୱିଥ୍ କରନରେ ନିକଟରେ  ଅଭିନେତ୍ରୀ ଜାହ୍ନବୀ କପୁର ଏକ ଷ୍ଟେଟମେଣ୍ଟ ଦେଇଛନ୍ତି ଯାହା ଖୁବ ଭାଇରାଲ ହେବାରେ ଲାଗିଛି । ସେ ବୀର ପହରିଆଙ୍କୁ ଏକ ଲଭ ସଜେସନ ଦେଇଛନ୍ତି, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଶୋ'ର ରାପିଡ୍-ଫାୟାର୍ ରାଉଣ୍ଡରେ ସଞ୍ଚାଳକ କରନ୍ ଜୋହର, ଜାହ୍ନବୀ ଓ ତାଙ୍କ ପ୍ରେମିକ ଶିଖର ପହରିଆଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ । ଶିଖରଙ୍କ ଭାଇ ବୀର ପହରିଆଙ୍କୁ ସେ କେଉଁ ପ୍ରେମ ପରାମର୍ଶ ଦେବାକୁ ଚାହିଁବେ ବୋଲି କରନ ପଚାରିଥିଲେ । ଏହାର ଉତ୍ତରରେ ଜାହ୍ନବୀ କହିଥିଲେ, "ତାଙ୍କୁ କେବେ ବି କୌଣସି ସଙ୍ଗୀତ କାର୍ଯ୍ୟକ୍ରମ କିମ୍ବା କନସର୍ଟକୁ ନିଅନ୍ତି ନାହିଁ ।" ଜାହ୍ନବୀ ଏହାର ସ୍ପଷ୍ଟୀକରଣ ଦେଇ ନଥିଲେ ବି ଦର୍ଶକ  ଏହାକୁ ବୀରଙ୍କ ପୂର୍ବତନ ପ୍ରେମିକା ତାରା ସୁତାରିଆଙ୍କ ପ୍ରତି ଏକ ପରୋକ୍ଷ କଟାକ୍ଷ ବୋଲି ବିଚାର କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୨୦୨୫ ମସିହାରେ ବୀର ଓ ତାରାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ଏବଂ ଜୁଲାଇ ମାସରେ ସେମାନେ ଇନଷ୍ଟାଗ୍ରାମ ମାଧ୍ୟମରେ ଏହାକୁ ସାର୍ବଜନୀନ କରିଥିଲେ । ହେଲେ ମାତ୍ର ପ୍ରାୟ ଛଅ ମାସ ପରେ ସେମାନଙ୍କର ବ୍ରେକଅପ ହୋଇଥିଲା । ଡିସେମ୍ବର ୨୦୨୫ରେ ମୁମ୍ବାଇଠାରେ ଆୟୋଜିତ ଗାୟକ ଏପି ଢିଲୋନଙ୍କ କନସର୍ଟରେ ତାରା ମଞ୍ଚକୁ ଯିବା ଏବଂ ଗାୟକ ତାଙ୍କୁ ଆଲିଙ୍ଗନ ଦେବାର ଭିଡିଓ ଭାଇରାଲ ହୋଇଥିଲା । ଯାହାପରେ ସେମାନଙ୍କ ସମ୍ପର୍କ ଭାଙ୍ଗିବା ନେଇ ଚର୍ଚ୍ଚା ତୀବ୍ର ହୋଇଥିଲା । ଯଦିଓ ତାରା ଏହାକୁ ନକଲି ପ୍ରଚାର ବୋଲି କହିଥିଲେ ଏବଂ ବୀର ନିଜର ଭାଇରାଲ ପ୍ରତିକ୍ରିୟା ଭିଡିଓଟି କନସର୍ଟର ଅନ୍ୟ ଏକ ସମୟର ବୋଲି ସ୍ପଷ୍ଟ କରିଥିଲେ ।

Tags: