ନୂଆ ଅବତାରରେ ଜାହ୍ନବୀ
'ପେଦ୍ଦି' ଚଳଚ୍ଚିତ୍ରର ମୁକ୍ତିଲାଭ ପରେ ଅଭିନେତ୍ରୀ ଜାହ୍ନବୀ କପୁର ନିଜର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ବେଶ୍ ଚୁଜି ହୋଇପଡିଛନ୍ତି । ତେବେ ସେ ଏକ ହାଇ - କନସେପ୍ଟ କ୍ରିଚର୍ ହରର୍ ସିନେମା ପାଇଁ ଆଗୁଆ ପ୍ରସ୍ତୁତ ହେଉଥିବାନେଇ ଆଲୋଚନା ହେଉଛି । ଜାହ୍ନବୀଙ୍କ ପୂର୍ବ ଚଳଚ୍ଚିତ୍ରଗୁଡ଼ିକ ତୁଳନାରେ ଏହା ସମ୍ପୂର୍ଣ୍ଣ ଭିନ୍ନ ହେବବୋଲି ଜଣା ପଡିଛି । ସୂଚନା ଅନୁସାରେ, ଜାହ୍ନବୀ ବର୍ତ୍ତମାନ ସ୍କ୍ରିପ୍ଟ ପଢ଼ୁଛନ୍ତି ଏବଂ ଏହି କ୍ରିଚର୍ ହରର୍ ଫିଲ୍ମ ପ୍ରତି ସେ ଗଭୀର ଆଗ୍ରହ ପ୍ରକାଶ କରିଛନ୍ତି, ଯେଉଁଥିପାଇଁ ପ୍ରାକ୍-ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଲାଣି । ଏହା ଜାହ୍ନବୀଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ନୂଆ ଧରଣର ଚରିତ୍ର ହୋଇଥିବାରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତିର ଆବଶ୍ୟକତା ରହିଛି । ସେ ଖୁବ୍ ଶୀଘ୍ର ଏହି ଚୁକ୍ତିପତ୍ର ସ୍ୱାକ୍ଷର କରିବେ ବୋଲି ଆଶା କରାଯାଉଛି । କାଗଜପତ୍ର କାମ ସରିବା ପରେ, ଚରିତ୍ରକୁ ଭଲଭାବେ ବୁଝିବା ପାଇଁ ସେ ସ୍ୱତନ୍ତ୍ର ଆକ୍ଟିଂ ୱର୍କଶପ୍ରେ ଭାଗ ନେବେ । ଯଦି ସବୁକିଛି ଠିକ୍ ରହେ, ତେବେ ଜାହ୍ନବୀଙ୍କ କ୍ୟାରିୟରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଥିବା ଏହି ବହୁ ପ୍ରତୀକ୍ଷିତ ସିନେମାର ସୁଟିଂ ଚଳିତ ବର୍ଷ ଶେଷ ଆଡ଼କୁ ଆରମ୍ଭ ହେବ ।




