ଚମକିଲେ ଐଶ୍ୱର୍ଯ୍ୟା
ଜାରି ରହିଛି ୨୦୨୪ର ସବୁଠାରୁ ବଡ ଫିଲ୍ମ ଫେଷ୍ଟିଭାଲ କାନ୍ସ । ଯାହାର ରେଡ୍କାର୍ପେଟ ସାରା ବିଶ୍ୱର ସେଲିବ୍ରିଟିମାନେ ନିଜର ଜଲୱା ଦେଖାଇବାରେ ଲାଗିଛନ୍ତି । ଏଥିରେ ଅନେକ ବି ଟାଉନ୍ ସେଲିବ୍ରିଟି ମଧ୍ୟ ଭାଗ ନେଉଛନ୍ତି । ଯାହା ଭିତରରୁ ସବୁଠାରୁ ଆଗରେ ଅଛନ୍ତି ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାଏ । ଐଶଙ୍କ ଜଲୱାକୁ ତାଙ୍କ ଫ୍ୟାନମାନେ ବେଶ୍ ପସନ୍ଦ କରିଛନ୍ତି । ସେ ଅସୁସ୍ଥ ଥାଇ ମଧ୍ୟ ଏହି ଫେଷ୍ଟିଭାଲରେ ଭାଗ ନେଇଛନ୍ତି । […]
ଜାରି ରହିଛି ୨୦୨୪ର ସବୁଠାରୁ ବଡ ଫିଲ୍ମ ଫେଷ୍ଟିଭାଲ କାନ୍ସ । ଯାହାର ରେଡ୍କାର୍ପେଟ ସାରା ବିଶ୍ୱର ସେଲିବ୍ରିଟିମାନେ ନିଜର ଜଲୱା ଦେଖାଇବାରେ ଲାଗିଛନ୍ତି । ଏଥିରେ ଅନେକ ବି ଟାଉନ୍ ସେଲିବ୍ରିଟି ମଧ୍ୟ ଭାଗ ନେଉଛନ୍ତି । ଯାହା ଭିତରରୁ ସବୁଠାରୁ ଆଗରେ ଅଛନ୍ତି ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାଏ । ଐଶଙ୍କ ଜଲୱାକୁ ତାଙ୍କ ଫ୍ୟାନମାନେ ବେଶ୍ ପସନ୍ଦ କରିଛନ୍ତି । ସେ ଅସୁସ୍ଥ ଥାଇ ମଧ୍ୟ ଏହି ଫେଷ୍ଟିଭାଲରେ ଭାଗ ନେଇଛନ୍ତି । ଐଶ୍ଙ୍କର ହାତରେ ଆଘାତ ଲାଗିଛି, ହେଲେ ସେ ଏହାକୁ ଦୃଷ୍ଟି ନଦେଇ ଭାରତକୁ ଏହି ଇଣ୍ଟରନ୍ୟାସନାଲ ଇଭେଣ୍ଟରେ ରିପ୍ରେଜେଣ୍ଟ କରିଛନ୍ତି । ଏହାର ଦୁଇଟି ଦିନର ରେଡକାର୍ପେଟ୍ରେ ତାଙ୍କର ଦୁଇଟି ଗ୍ଲାମରସ୍ ଅବତାର ଦେଖିବାକୁ ମିଳିଥିଲା । ଗୋଟିଏ ରେଡ୍ କାର୍ପେଟ୍ରେ ସେ ଫାଲଗୁନି ଆଣ୍ଡ ସେନ୍ ପିକକ୍ଙ୍କର ଡିଜାଇନର ଗାଉନ୍ରେ ଦେଖିବାକୁ ମିଳିଛି । ପ୍ରଥମ ଦିନ ତାଙ୍କୁ ବ୍ଲାକ୍ ଓ ଗୋଲଡେନ କଲର ଗାଉନ୍ରେ ଦେଖିବାକୁ ମିଳିଥିବାବେଳେ ଦ୍ୱିତୀୟଦିନ ବ୍ଲାକ ଓ ସିଲଭର କଲରର ଗାଉନ୍ରେ ଦେଖିବାକୁ ମିଳିଥିଲା । ଫ୍ୟାନଙ୍କ ଐଶଙ୍କର ଏହି ଲୁକ୍ ବେଶ୍ ପସନ୍ଦ ଆସିଛି । ଏହି ଲୁକ୍ରେ ସେ ବେଶ୍ ଷ୍ଟନିଂ ଦେଖାଯାଉଛନ୍ତି । ସେହିଭଳି କାନ୍ସରେ ତାଙ୍କୁ ସପୋର୍ଟ କରିବାକୁ ଝିଅ ଆରାଧ୍ୟା ମଧ୍ୟ ଯାଇଛନ୍ତି, ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ କାନ୍ସ ଫେଷ୍ଟିଭାଲ ଚଳିତ ମେ ୧୪ ତାରିଖରୁ ଆରମ୍ଭ ହୋଇ ୨୫ରେ ସରିବ । ଏଥିରେ ଭାରତୀୟ ସିନେ ଇଣ୍ଡଷ୍ଟ୍ରିର ଅଦିତି ରାଓ ହାଇଦରୀ, କିଆରା ଆଡଭାନୀ, ଶୋଭିତା ଧୁଲିପାଲା, ଜାକ୍ଲିନ୍, ଉର୍ବଶୀ ରୌତେଲା ପ୍ରମୁଖ ଭାଗ ନେବେ ।




