ନାଗୀନରେ ଈଶା

ନାଗୀନରେ ଈଶା
Ipsita Picture
By: Ipsita


ଟେଲି ଅଭିନେତ୍ରୀ ଈଶା ସିଂଙ୍କୁ ଖୁବଶୀଘ୍ର ଧାରାବାହିକ ନାଗୀନରେ ଦେଖିବାକୁ ମିଳିବ । ବିଗବସରୁ ବାହାରିବା ପରେ ବର୍ତ୍ତମାନ ଏହି ହିଟ ଫ୍ରାଞ୍ଚାଇଜରେ ସାମିଲ ହୋଇଥିବାରୁ ଖୁବ ଖୁସି ଅଛନ୍ତି ଈଶା । କଲର୍ସରେ ତାଙ୍କୁ ଅନେକ ହିଟ୍‌ ଧାରାବାହିକରେ ଦେଖିବାକୁ ମିଳିଛି । ତେଣୁ ବର୍ତ୍ତମାନ ନାଗୀନ ମିଳିଥିବାରୁ ତାଙ୍କ ଫ୍ୟାନଙ୍କ ଭିତରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ଏହି ପ୍ରୋଜେକଫରେ କାମ କରିବା ଫଳରେ ତାଙ୍କୁ ଅନେକ ନୂଆ ସୁଯୋଗ ମିଳିଛି ବୋଲି ସେ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ତାଙ୍କର ଅନ୍ୟ ଧାରାବାହିକ ଠାରୁ ନାଗୀନର ଚରିତ୍ର ଖୁବ ଭିନ୍ନ ଥିଲାବୋଲି ଈଶା ମତ ଦେଇଛନ୍ତି । ଏହି ଚରିତ୍ରରେ ଅଭିନୟ କରି ସେ ନୂଆ କିଛି ଅନୁଭବ ପାଇଛନ୍ତି, ଯାହା ତାଙ୍କର ଆଗକୁ ସହାୟକ ହେବ । ନାଗିନର ଅନ୍ୟ ଷ୍ଟାରକାଷ୍ଟଙ୍କର ଈଶା ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର ଝୁରୁଛନ୍ତି ବାପାଙ୍କୁ

Tags: