ବାହାହେବେନି ନବ୍ୟା !

ବାହାହେବେନି ନବ୍ୟା !
Ipsita Picture
By: Ipsita


ଅଭିନେତ୍ରୀ ଜୟା ବଚ୍ଚନ ନିଜ ନାତୁଣି ନବ୍ୟାଙ୍କ ବିବାହକୁ ନେଇ ଏକ ବୟାନ ଦେଇଛନ୍ତି ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ନବ୍ୟା କେବେ ବି ବିବାହ ନକରନ୍ତୁ ବୋଲି ଜୟା ଚାହୁଁଥିବା ପ୍ରକାଶ କରିଛନ୍ତି । ଦି ଉଇମେନ ଇଭେଣ୍ଟରେ ଜୟା ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଜୀବନର ମଜା ସବୁବେଳେ ନେବାର ଆବଶ୍ୟକତା ରହିଛି । ବିବାହ ଏଭଳି ଏକ ଲଡୁ ଯାହାକୁ ଯିଏ ଖାଇବ ସେ ବି ପସ୍ତେଇବ ଯିଏ ନଖାଇବ ସେ ବି ପସ୍ତେଇବ । ତେଣୁ ବର୍ତ୍ତମାନ ନବ୍ୟା ଜୀବନରୁ ଯେତେ ପାରୁଛନ୍ତି ମଜା ନିଅନ୍ତୁ ବୋଲି ଜୟା ମତ ଦେଇଛନ୍ତି । ଭବିଷ୍ୟତରେ ସେ କଣ ନିଷ୍ପତ୍ତିନେବେ ଦେଖିବା ବୋଲି ଜୟା ଏଠାରେ କହିଛନ୍ତି ।

Read More ବଲିଉଡରେ ବି ସମାନ ସ୍ଥିତି

Tags: