କାହାକୁ କରୁଛନ୍ତି ଡେଟ

କାହାକୁ କରୁଛନ୍ତି ଡେଟ
Ipsita Picture
By: Ipsita


ଅଭିନେତ୍ରୀ ମୃଣାଳ ଠାକୁରଙ୍କ ଡେଟିଂ ଲାଇଫକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ତେବେ ମୃଣାଳଙ୍କ ନାଁକୁ ଜଣେ ନୁହେଁ ବରଂ ଦୁଇଜଣଙ୍କ ସହିତ ଯୋଡା ଯାଉଛି । ତାଙ୍କ ନାଁକୁ କ୍ରିକେଟର ଶ୍ରେୟସ ଆୟର ଓ ଅଭିନେତା ଧନୁଷ ଉଭୟଙ୍କ ସହିତ ଯୋଡା ଯାଉଛି । ସୋସିଆଲ ମିଡିଆରେ ଏନେଇ ଅନେକ ଫଟୋ, ମିମ୍‌ସ ଓ ପୋଷ୍ଟ ଦେଖିବାକୁ ମିଳୁଛି । ଅନେକ ସମୟରେ ମୂଣାଳଙ୍କ ପୋଷ୍ଟରେ ମଧ୍ୟ ଫ୍ୟାନମାନେ ମଧ୍ୟ କମେଣ୍ଟ ଦେଉଥିବାର ଦେଖିବାକୁ ମିଳୁଛି । ହେଲେ ମୃଣାଳ ଏହାର ଉତ୍ତର ଗମ୍ଭୀର ନୁହେଂ ବରଂ ମଜାକିଆ ଅନ୍ଦାଜରେ ଦେଉଛନ୍ତି । ତେଣୁ ମୃଣାଳ ନିଜ ଲାଇଫକୁ ସମସ୍ତଙ୍କ ଠାରୁ ଲୁଚେଇ ରଖିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି । ମୃଣାଳଙ୍କୁ ଶେଷଥର ପାଇଁ ସନ୍‌ଅଫ ସର୍ଦାର ୨ରେ ଅଜୟ ଦେବଗନଙ୍କ ସହିତ ଦେଖିବାକୁ ମିଳିଥିଲା । ଆଗକୁ ତାଙ୍କୁ ଦୋ ଦିଓ୍ୱାନେ ସେହେର ମେରେ ଦେଖିବାକୁ ମିଳିବ, ଯାହା ଏକ ରୋମାଣ୍ଟିକ ଡ୍ରାମା ।

Read More ବିବାହକୁ ନେଇ ଚର୍ଚ୍ଚା

Tags: