ଜର୍ମାନ ଭାଷା ପାଇଁ ରହିଛି ଆଗ୍ରହ

ଜର୍ମାନ ଭାଷା ପାଇଁ ରହିଛି ଆଗ୍ରହ
Ipsita Picture
By: Ipsita
Published On

 

ନିଜର ଆକ୍ସନ - ଡ୍ରାମା ଫିଲ୍ମ ଡକୈତ: ଏକ ପ୍ରେମ କଥାକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତା ଆଦିବିଶେଷ । ନିକଟରେ ଏକ ସାକ୍ଷାତକାରରେ ନିଜ ଆଗାମୀ ସିନେମା ଓ କ୍ୟାରିୟର ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ସେୟାର କରିଛନ୍ତି । କ୍ଷଣମ’, ‘ଗୂଢ଼ାଚାରୀମେଜରଭଳି ସୁପରହିଟ୍ ଫିଲ୍ମ ଜରିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଦି କହିଛନ୍ତି ଯେ ଡକୈତକେବଳ ଏକ ଆକ୍ସନ ଫିଲ୍ମ ନୁହେଁ, ବରଂ ଏହା ମୂଳତଃ ଏକ ନିଚ୍ଛକ ଓ ପବିତ୍ର ପ୍ରେମ କାହାଣୀ ଉପରେ ଆଧାରିତ ।  ଭାଷା ଅପେକ୍ଷା କାହାଣୀକୁ ଅଧିକ ପ୍ରାଧାନ୍ୟ ଦେଉଥିବା ଏହି ଅଭିନେତା ସ୍ପଷ୍ଟ କରିଛନ୍ତି ଯେ ଯଦି ଭଲ ସ୍କ୍ରିପ୍ଟ ମିଳେ, ତେବେ ସେ ଜର୍ମାନ ଭାଷାରେ ମଧ୍ୟ ସିନେମା କରିବାକୁ ପ୍ରସ୍ତୁତ ଅଛନ୍ତି । ମେଜରଫିଲ୍ମର ସଫଳତା ପରେ ତାଙ୍କୁ ହିନ୍ଦୀ ଏବଂ ସାଉଥ୍ ଇଣ୍ଡଷ୍ଟ୍ରିରୁ ଅନେକ ବଡ଼ ବଡ଼ ଯୁଦ୍ଧ ଭିତ୍ତିକ ସିନେମା ଓ ବାୟୋପିକ୍ ଅଫର୍ ହୋଇଥିଲେ ସୁଦ୍ଧା, ମେଜର ସନ୍ଦୀପ ଉନ୍ନିକ୍ରିଷ୍ଣନଙ୍କ ଚରିତ୍ର ଏବଂ ତାଙ୍କ ପରିବାରର ଭାବନା ପ୍ରତି ବିଶ୍ୱସ୍ତ ରହିବା ପାଇଁ ସେ ତୁରନ୍ତ ଅନ୍ୟ କୌଣସି ସୈନିକ ଭୂମିକା ଗ୍ରହଣ କରିନଥିଲେ । ଭାବପ୍ରବଣ ସମ୍ପର୍କ ଏବଂ ଭଲପାଇବା କୌଣସି ସାମାଜିକ ବିଷୟ ନୁହେଁ, ବରଂ ଏହା ସମ୍ପୂର୍ଣ୍ଣ ରୂପେ ଏକ ବ୍ୟକ୍ତିଗତ ଅନୁଭୂତି । ସେହିଭଳି ଆଗକୁ ଆହୁରି ଭଲଭଲ ପ୍ରୋଜେକ୍ଟ ସେ ଦର୍ଶକଙ୍କୁ ଭେଟିଦେବା ପାଇଁ ଯୋଜନା ରଖିଛନ୍ତିବୋଲି ଆଶା ରଖିଛନ୍ତି ।

Tags: