ପରୋକ୍ଷରେ ଟାର୍ଗେଟ
ଆଜିକାଲି ସମସ୍ତ ଅଭିନେତା ଓ ଅଭିନେତ୍ରୀ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି । ଏହି ତାଲିକାରେ କଙ୍ଗନା ରାଣାୱତ ମଧ୍ୟ ଆଗରେ ରହିଛନ୍ତି । ନିକଟରେ ଇନ୍ଷ୍ଟାଗ୍ରାମରେ କଙ୍ଗନାଙ୍କର ଏକ ଭିଡିଓ ଖୁବ ଭାଇରାଲ ହେଉଛି । ଏଥିରେ କଙ୍ଗନା ନିଜର କିଛି ପୁରୁଣା ବ୍ୟକ୍ତିଗତ କଥାକୁ ମଜାକିଆ ଅନ୍ଦାଜରେ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି । ୨୦୧୬ର ଏହି ଘଟଣା ଗୁଡିକୁ ସେ ୨୦୨୬ ସହିତ ଯୋଡିଛନ୍ତି । ଯେଉଁଥିରେ ସେ ହ୍ରିତିକଙ୍କ ସହିତ ଥିବା ତାଙ୍କର ନ୍ୟାୟିକ ଲଢେଇ ସମ୍ପର୍କରେ ମନେ ପକାଇଛନ୍ତି । ତେବେ ନିକଟରେ ସୋସିଆଲ ମିଡିଆରେ ୨୦୧୬ ଖୁବ ଟ୍ରେଣ୍ଡ କରିବାରେ ଲାଗିଛି ,ସମସ୍ତେ ନିଜର ୧୦ ବର୍ଷ ତଳ କଥାକୁ ମନେ ପକାଇ ଭିଡିଓ ପୋଷ୍ଟ କରିବାରେ ଲାଗିଛନ୍ତି । ଯେଉଁଥିରେ ସାମିଲ ହୋଇଛନ୍ତି କଙ୍ଗନା । ସେହିଭଳି ୨୦୧୬ରେ ସେ ସବୁଠାରୁ ଅଧିକ ଫିସ ନେଉଥିବା ଅଭିନେତ୍ରୀ ପାଲଟିଯାଇଥିଲେ ବୋଲି କହିଛନ୍ତି । କାରଣ ଏହି ସମୟରେ ତାଙ୍କର କୁଇନ, ତନୁ ୱେଡ୍ସ ମନୁ ଭଳି ହିଟ ଫିଲ୍ମ ରିଲିଜ ହୋଇଥିଲା । ହେଲେ ଏହି ବର୍ଷ ଜଣେ ସହକର୍ମୀ ମୋତେ ବିବାଦିତ ନ୍ୟାୟିକ ନୋଟିସ ପଠାଇଥିଲେ ଯାହା ପୁରା ଇଣ୍ଡଷ୍ଟ୍ରୀକୁ ଝଟକା ଦେଇଥିବା କଙ୍ଗନା କହିଛନ୍ତି । ଏଥିରେ କଙ୍ଗନା ହ୍ରିତିକଙ୍କ ନାଁ ନନେଲେ ମଧ୍ୟ ପରୋକ୍ଷରେ ତାଙ୍କୁ ଟାର୍ଗେଟ କରିଛନ୍ତି ।



