ଟପ୍ ୩୦ରେ ଭାରତ
ମିସୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ଭାରତୀୟ ପ୍ରତିଯୋଗୀ ମଣିକା ବିଶ୍ୱକର୍ମା ଟପ୍ ୩୦ରେ ସାମିଲ ହୋଇଥିଲେ । ମଣିକାଙ୍କୁ ଏକ ହ୍ୱାଇଟ ଗାଉନ୍ରେ ଇଣ୍ଟ୍ରୋଡକସନ୍ ଦେବା ଦେଖିବାକୁ ମିଳିଥିଲା । ତାଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟିଥିଲା । ଦର୍ଶକ ତାଙ୍କ ଆତ୍ମବିଶ୍ୱାସର ଖୁବ ପ୍ରଶଂସା କରିଥିଲେ । ଏହାପରେ ସେ ଟପ୍ ୩୦ରେ ସାମିଲ ହୋଇଥିଲେ । ଏହାପରେ ତାଙ୍କୁ ସୁଇମ ସୁଟ୍ ରାଉଣ୍ଡରେ ଦେଖିବାକୁ ମିଳିଥିଲା । ଯାହାପରେ ଟପ ୧୨ ଲିଷ୍ଟ ସଟିଲିଷ୍ଟ ହୋଇଥିଲା । ହେଲେ ଏଥିରେ ମଣିକାଙ୍କୁ ଦେଖିବାକୁ ମିଳିନଥିଲା । ୨୨ ବର୍ଷୀୟ ମଣିକାଙ୍କର ଜନ୍ମ ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ହୋଇଥିଲା । ଦିଲ୍ଲୀର ମାତା ସୁନ୍ଦରୀ କଲେଜର ସେ ହେଉଛନ୍ତି ରାଜନୀତିବିଜ୍ଞାନର ଛାତ୍ରୀ । ତାଙ୍କର ରୁଚି ନୃତ୍ୟ ସହିତ ଭିଜୁଆଲ ଆର୍ଟରେ ମଧ୍ୟ ରହିଛି । ସେ ନିଦେ ଏକ ଅନୁଷ୍ଠାନ ଗଢିଛନ୍ତି ଯିଏ ଏଡିଏଚ୍ଡି ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥାଏ । ବ୍ରହ୍ମାଣ୍ଡ ସୁନ୍ଦରୀରେ ଭାଗ ନେବା ଆଗରୁ ସେ ମିସ ରାଜସ୍ଥାନର ମୁକୁଟ ପିନ୍ଧି ସାରିଛନ୍ତି । ପିଲାଦିନୁ ତାଙ୍କର ମିସୟୁନିଭର୍ସ ପାଇଁ ଇଚ୍ଛା ରହିଥିଲା । ତାଙ୍କର ପ୍ରେରଣା ଭାବେ ସେ ସୁସ୍ମିତା ସେନଙ୍କୁ ବାଛିଥିଲେ । ଏହା ପୂର୍ବରୁ ୧୯୯୪ରେ ସୁସ୍ମିତା ସେନ, ୨୦୦୦ରେ ଲାରା ଦତ୍ତ ଓ ୨୦୨୧ରେ ହରନାଜ ସନ୍ଧୁ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧି ସାରିଛନ୍ତି ।


