ପରମ୍ପରାପ୍ରିୟ

ପରମ୍ପରାପ୍ରିୟ
Ipsita Picture
By: Ipsita
Published On

 

ଲୋକପ୍ରିୟ ତେଲୁଗୁ ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ରିସେପ୍ସନ୍ ପାର୍ଟି ହାଇଦ୍ରାବାଦର ତାଜ କୃଷ୍ଣା ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି,। ଏହି ଷ୍ଟାର୍ ଦମ୍ପତି ବର୍ତ୍ତମାନ ନିଜ ରିସେପସନ ପାର୍ଟିରେ ପିନ୍ଧିଥିବା ପାରମ୍ପରିକ ପୋଷାକ ଓ ଗେଟଅପ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ନବବିବାହିତ ଦମ୍ପତି ଆଧୁନିକ ଚମକ ଅପେକ୍ଷା ନିଜର ସାଂସ୍କୃତିକ ପରମ୍ପରାକୁ ଅଧିକ ଗୁରୁତ୍ୱ ଦେଇଥିବା ବେଳେ ସେମାନଙ୍କର ଏହି 'ଟ୍ରାଡିସନାଲ୍ ଲଭର' ଅନ୍ଦାଜ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ରଶ୍ମିକା ଏକ ଗାଢ଼ ନାଲି ରଙ୍ଗର ମୈସୁର ସିଲ୍କ ଶାଢ଼ୀ ସହ ଭାରୀ ସୁନା ଅଳଙ୍କାର ଏବଂ ମୁଣ୍ଡରେ ଗଜରା ଲଗାଇ ଜଣେ ପାରମ୍ପରିକ ଭାରତୀୟ ବଧୂ ରୂପ ନେଇଥିଲେ। ତେବେ ସବୁଠାରୁ ବେଶି ଚର୍ଚ୍ଚା ସାଉଁଟିଛନ୍ତି ବିଜୟ ଦେବରକୋଣ୍ଡା । ବିଜୟ ଏକ ଶୁଭ୍ର ଧଳା ରଙ୍ଗର ପାରମ୍ପରିକ ଧୋତି ଏବଂ କୁର୍ତ୍ତା ପରିଧାନ କରି ଦକ୍ଷିଣ ଭାରତୀୟ ସଂସ୍କୃତିକୁ ଆପଣାଇଥିଲେ। ଏହି ଉତ୍ସବରେ ସିନେମା ଜଗତର ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ । ବି ଟାଉନ ସହିତ ସାଉଥ ଓ ଅନ୍ୟ ଇଣ୍ଡଷ୍ଟ୍ରୀର ଅନେକ ସେଲିବ୍ରିଟି ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଏଥିରେ ଦେଖିବାକୁ ମିଳିଥିଲା । ଫ୍ୟାନମାନେ ଉଭୟଙ୍କୁ ଅନେକ ଶୁଭେଚ୍ଛା ଦେଉଥିବାର ଦେଖିବାକୁ ମିଳିଛି ।

Tags: