୧୯ ବର୍ଷ ପରେ ଭାରତରେ

୧୯ ବର୍ଷ ପରେ ଭାରତରେ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଛାଡପତ୍ରକୁ ନେଇ ବିବାଦରେ

ବିଶ୍ୱପ୍ରସିଦ୍ଧ ପପ୍ ଷ୍ଟାର୍ ତଥା ୩ଟି ଗ୍ରାମୀ ଓ ୧୫ଟି ଲାଟିନ୍ ଗ୍ରାମୀ ଆୱାର୍ଡ ବିଜେତା କଲମ୍ବିଆଇ ଗାୟିକା ଶକିରା ଦୀର୍ଘ ୧୯ ବର୍ଷ ପରେ ପୁଣିଥରେ ଭାରତରେ ନିଜର ଜଲୱା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି । ଯେଉଁଥିପାଇଁ ସେ ଆସନ୍ତା ଏପ୍ରିଲ ୧୦ ତାରିଖରେ ମୁମ୍ବାଇର ମହାଲକ୍ଷ୍ମୀ ରେସକୋର୍ସ ଏବଂ ଏପ୍ରିଲ ୧୫ ତାରିଖରେ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ମେଗା ଲାଇଭ୍ କନସର୍ଟ କରିବେ। 'ଫିଡିଂ ଇଣ୍ଡିଆ' ଏବଂ 'ଡିଷ୍ଟ୍ରିକ୍ଟ ବାଏ ଜୋମାଟୋ' ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ କେବଳ ମନୋରଞ୍ଜନ ନୁହେଁ ।  ଏହି କାର୍ଯ୍ୟକ୍ରମ ଜରିଆରେ ଦେଶରୁ କୁପୋଷଣ ଭଳି ଗମ୍ଭୀର ସମସ୍ୟା ଦୂର କରିବା ସହ ମିଳିତ ଜାତିସଂଘର 'ଜିରୋ ହଙ୍ଗର ୨୦୩୦' ଲକ୍ଷ୍ୟରେ ସଚେତନତା ସୃଷ୍ଟି କରିବା। ଶେଷଥର ପାଇଁ ୨୦୦୭ରେ ମୁମ୍ବାଇରେ 'ଓରାଲ୍ ଫିକ୍ସେସନ୍' ଟୁର୍ କରିଥିବା ଶକିରା  ଭାରତରେ ପ୍ରଦର୍ଶନ କରିବା ସବୁବେଳେ ତାଙ୍କ ପାଇଁ ସ୍ୱତନ୍ତ୍ର ଏବଂ ଏହି କନସର୍ଟ ମାଧ୍ୟମରେ ସେ ଶିଶୁମାନଙ୍କୁ ପୋଷଣ ସମ୍ପର୍କିତ ବାର୍ତ୍ତା ଦେବାକୁ ଚାହାଁନ୍ତି ବୋଲି ମତ ରଖିଛନ୍ତି । ନିଜର ସୁପରହିଟ୍ ଗୀତ "ହିପ୍ସ ଡୋଣ୍ଟ ଲାଇ" ଓ "ୱାକା ୱାକା" ପାଇଁ ପରିଚିତ ଶକିରା ନିଜର 'ବେୟାରଫୁଟ୍ ଫାଉଣ୍ଡେସନ୍' ଜରିଆରେ ମଧ୍ୟ ଶିଶୁ କଲ୍ୟାଣ ପାଇଁ କାମ କରୁଛନ୍ତି, ଯାହା ଫିଡିଂ ଇଣ୍ଡିଆର ଲକ୍ଷ୍ୟ ସହ ସମାନ। ଏହି  କନସର୍ଟ ଭାରତୀୟ ସଙ୍ଗୀତ ପ୍ରେମୀଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ହେବାକୁ ଯାଉଛି। ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର କରିଛନ୍ତି ଅନେକ ସଂଘର୍ଷ 

Tags:

Related Posts