ଛାଡପତ୍ରକୁ ନେଇ ବିବାଦରେ

ଛାଡପତ୍ରକୁ ନେଇ ବିବାଦରେ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ପ୍ରକାଶରାଜଙ୍କ ଏଣ୍ଟ୍ରି

ରିଆଲିଟି ଶୋ 'ଦି ଫିଫ୍ଟି' ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ଏଠାରେ ପ୍ରତିଦିନ ସେଲିବ୍ରିଟିଙ୍କ ଲାଇଫକୁ ନେଇ  ବିବାଦ ଦେଖିବାକୁ ମିଳୁଛି । ନିକଟରେ ପ୍ରତିଯୋଗୀ ଭବ୍ୟା ସିଂହ ଏବଂ ଦିବ୍ୟା ଅଗ୍ରୱାଲଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ବିସ୍ଫୋରକ ମୋଡ଼ ନେଇଛି । ଦିବ୍ୟାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି ଚଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଦିବ୍ୟା ଅଗ୍ରୱାଲ ଆଉଜଣେ ପ୍ରତିଯୋଗୀ ଅର୍ଚ୍ଚନା ଗୌତମଙ୍କ ବିରୋଧରେ କଠୋର ମନ୍ତବ୍ୟ ଦେଇଥିଲେ । ଯାହାପରେ ଅର୍ଚ୍ଚନାଙ୍କ ବନ୍ଧୁ ତଥା 'ସ୍ପ୍ଲିଟ୍ସଭିଲା' ଫେମ୍ ଭବ୍ୟା ସିଂହ ଦିବ୍ୟାଙ୍କ ବୈବାହିକ ଜୀବନକୁ ନେଇ ଗମ୍ଭୀର ଅଭିଯୋଗ ଆଣିଥିଲେ। ଭବ୍ୟା ଦାବି କରିଛନ୍ତି ଯେ ଦିବ୍ୟା ଏବଂ ତାଙ୍କ ସ୍ୱାମୀ ଅପୂର୍ବ ପାଡଗାଓଁକରଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ ଏବଂ ଗତ ଦୀପାବଳି ସମୟରେ ସେମାନଙ୍କ ପାରିବାରିକ କଳହ ଏତେ ବଢ଼ିଯାଇଥିଲା ଯେ ଭବ୍ୟାଙ୍କୁ ନିଜେ ସେଥିରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଏହାସହ ଏହି ଦମ୍ପତି ଏବେ ପରସ୍ପରଠାରୁ ଅଲଗା ରହୁଛନ୍ତି ବୋଲି ଭବ୍ୟା ସୂଚନା ଦେଇଛନ୍ତି । ହେଲେ ଦିବ୍ୟା ଅଗ୍ରୱାଲ ପୂର୍ବରୁ ଛାଡ଼ପତ୍ର ଗୁଜବକୁ ସୋସିଆଲ ମିଡିଆରେ ଖଣ୍ଡନ କରିସାରିଛନ୍ତି, ତଥାପି ଶୋଭିତରେ ଭବ୍ୟାଙ୍କର ଏହି ମନ୍ତବ୍ୟ ବର୍ତ୍ତମାନ ଏହି ବିବାଦକୁ ଆହୁରି ବଢାଇଛି । ଦିବ୍ୟାଙ୍କ ଫ୍ୟାନଙ୍କୁ ଏହି ଖବର ଦୁଃଖ ଦେଇଛି, ସେମାନେ ନିଜ ପ୍ରିୟ ଅଭିନେତ୍ରୀଙ୍କ ପାଇଁ ଦୁଃଖ ପ୍ରକାଶ କରୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି

ସମ୍ବନ୍ଧିତ ଖବର ରିଜେକ୍ଟ କରିଥିଲେ ବଡ ପ୍ରୋଜେକ୍ଟ

Tags: