ନୂଆ ପ୍ରୋଜେକ୍ଟରେ
ବଲିଉଡର ଚକୋଲେଟ୍ ହିରୋ ଶାହିଦ କପୁର ଓ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଏକ ନୂଆ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । ଏହାର ନିର୍ଦ୍ଦେଶନା ‘ବଧାଇ ହୋ’ ଫେମ୍ ନିର୍ଦ୍ଦେଶକ ଅମିତ ଶର୍ମା ଦେଇଥିବାବେଳେ ଏହା ଏକ ନୂତନ ରିଲେସନସିପ୍ କମେଡି ଚଳଚ୍ଚିତ୍ର ହେବ । ରିପୋର୍ଟ ଅନୁଯାୟୀ, ଜାହ୍ନବୀଙ୍କ ସହ ଏହି ପ୍ରୋଜେକ୍ଟ ପାଇଁ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ସବୁକିଛି ଠିକ୍ ରହିଲେ ପ୍ରଥମ ଥର ପାଇଁ ଶାହିଦ ଓ ଜାହ୍ନବୀଙ୍କ ଯୋଡ଼ି ପରଦାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ଏକ ସମ୍ପୂର୍ଣ୍ଣ ହାସ୍ୟରସାତ୍ମକ କାହାଣୀ ଉପରେ ଆଧାରିତ ହେବ, ଯାହାକୁ ନେଇ ଜାହ୍ନବହୀ ବେଶ୍ ଉତ୍ସାହିତ ଅଛନ୍ତି । ସୂଚନାଯୋଗ୍ୟ ଯେ, ଶାହିଦ ନିଜର ‘ଫର୍ଜି ୨’ ସୁଟିଂ ଶେଷ କରିବା ପରେ ୨୦୨୬ ଅକ୍ଟୋବର ସୁଦ୍ଧା ଏହି ଫିଲ୍ମର କାମ ଆରମ୍ଭ କରିବେ ଏବଂ ଏହା ୨୦୨୭ରେ ମୁକ୍ତିଲାଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିଭଳି ଶାହିଦ ଓ ଜାହ୍ନବୀଙ୍କ ଯୋଡିକୁ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
Tags:




