ଆଜି ବି ମନେ ଅଛି ସ୍କ୍ରିପ୍ଟ

ଆଜି ବି ମନେ ଅଛି ସ୍କ୍ରିପ୍ଟ
Ipsita Picture
By: Ipsita
Published On

 

ବଲିଉଡର ଜଣାଶୁଣା ଅଭିନେତା ରାଜୀବ ଖଣ୍ଡେଲୱାଲ ବର୍ତ୍ତମାନ ନିଜର ଆଗାମୀ ୱେବ୍ ସିରିଜ୍ 'ଅମର ବିଶ୍ୱାସ'କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏକ ସାକ୍ଷାତକାରରେ ସେ ନିଜର ଏକ ଅଧା ରହିଯାଇଥିବା ପ୍ରୋଜେକ୍ଟ 'ଚେନାବ ଗାନ୍ଧୀ' ବିଷୟରେ କିଛି ଖୁଲାସା କରିଛନ୍ତି। ସଞ୍ଜୟ ଲୀଲା ଭାନସାଲୀଙ୍କ ପରି ଜଣେ ଦିଗ୍ଗଜ ନିର୍ଦ୍ଦେଶକଙ୍କ ସହ ଏହି ଫିଲ୍ମ ପାଇଁ ସେ ଦୁଇଟି ଚୁକ୍ତି ସ୍ୱାକ୍ଷର କରିଥିଲେ ମଧ୍ୟ ଏହା କେବେ ପରଦାକୁ ଆସିପାରିନଥିଲା। ସେ ଫିଲ୍ମ ସାଇନ କିରିବା ଆଗରୁ ସ୍ପଷ୍ଟ କରିଥିଲେ ଯେ ପ୍ରଥମେ ତାଙ୍କର ସ୍କ୍ରିନ୍ ଟେଷ୍ଟ କରାଯିବ ଏବଂ ଯଦି ସେ ପସନ୍ଦ ଆସନ୍ତି, ତେବେ ସ୍କ୍ରିପ୍ଟ ପଢ଼ିବା ପରେ ହିଁ ସେ  ପ୍ରୋଜେକ୍ଟ କରିବେ ନା ନାହିଁ କହିବେ । ଏହାହିଁ ହୋଇଥିଲା ହେଲେ ଯେତେବେଳେ ରାଜୀବ ସ୍କ୍ରିପ୍ଟ ଶୁଣିଲେ,  ଫିଲ୍ମ କରିବାକୁ ରାଜି ହୋଇଥିଲେ। ଦୁର୍ଭାଗ୍ୟବଶତଃ ଏହି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ରଟି କେବେ ଆରମ୍ଭ ହୋଇପାରିଲା ନାହିଁ । ହେଲେ ଉକ୍ତ ସ୍କ୍ରିପ୍ଟଟି ଆଜିବି ରାଜୀବଙ୍କ ମନରେ ରହିଛି ଏବଂ ଏହି ଫିଲ୍ମ ନହୋଇ ପାରିଥିବାରୁ ତାଙ୍କର ଦୁଃଖ ଅଛି ବୋଲି ସେ ପ୍ରକାଶ କରିଛନ୍ତି ।

Tags: