ପସନ୍ଦ ଆସୁଛି ଅଭିନୟ
କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ତଥା ବିବେକ ସୋନିଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ ଡ୍ରାମା ଫିଲ୍ମ 'ଚାନ୍ଦ ମେରା ଦିଲ୍'କୁ ଦର୍ଶକଙ୍କର ମିଶ୍ର ପ୍ରତିକ୍ରିୟା ମିଳିଛି । ହେଲେ ମୁଖ୍ୟ ଭୂମିକାରେ ଥିବା ଅନନ୍ୟା ପାଣ୍ଡେ ଓ ଲକ୍ଷ୍ୟଙ୍କ ଅଭିନୟକୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା ମିଳୁଥିବା ଦେଖିବାକୁ ମିଳିଛି । ବିଶେଷ କରି ଅନନ୍ୟା ପାଣ୍ଡେଙ୍କ ଅଭିନୟର ଜବରଦସ୍ତ ରୂପାନ୍ତରଣକୁ ନେଇ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି । ସୋସିଆଲ ମିଡିଆରେ ଅନନ୍ୟାଙ୍କୁ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି । ସମୟ ସହିତ ଅନନ୍ୟା ଜଣେ ପରିପକ୍ବ ଅଭିନେତ୍ରୀରେ ପରିଣତ ହୋଇଥିବା ପ୍ରଶଂସକମାନେ ମତ ଦେଇଛନ୍ତି । ଆଧୁନିକ ଯୁଗର ଏକ ପ୍ରେମ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ପରେଶ ପହୁଜା, ମନୀଷ ଚୌଧୁରୀ ଏବଂ ଇରାବତୀ ହର୍ଷେଙ୍କ ଭଳି କଳାକାରମାନେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ଅନନ୍ୟାଙ୍କ ସହିତ ଅନ୍ୟମାନେ ମଧ୍ୟ ଏଥିରେ ଖୁବ ଭଲ ଅଭିନୟ କରିଥିବାନେଇ ମତ ପ୍ରକାଶ ପାଇଛି ।
Tags:



